ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର ): ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ୍ ଠାରେ ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୨୦୧୯/୨୦ ର ଷଷ୍ଠ ଦିନ ୨ୟ ସେମିଫାଇନାଲ ମ୍ୟାଚରେ ଆଙ୍ଗିସିଙ୍ଗି କୁ ୫୪ରନରେ ହରାଇ ଇଗଲକ୍ଳବ୍ ଗୋ ଡ଼ିପଲ୍ଲୀ ଫାଇନାଲକୁ ପ୍ରବେଶ କରିଛି । ଟସ୍ ଜିତି ଇଗଲକ୍ଳବ୍ ଗୋଡ଼ିପଲ୍ଲୀ୍ ପ୍ରଥମେ ବ୍ୟାଟିଙ୍ଗ୍ କରି ୧୮ ଓଭର ଖେଳି ୮ ଉଇକେଟ ବିନିମୟରେ ୧୦୮ ରନ ସଂଗ୍ରହ କରିଥିଲା । ଦଳର ପ୍ରଦୀପ ନାୟକ ୨୫ ବଲରେ ସର୍ବାଧିକ ୬୩ରନ୍ ସଂଗ୍ରହ କରି ଦଳର ସ୍ଥିତି ମଜଭୁତ୍ କରିଥିଲେ । ୨ୟ ଇନିଙ୍ଗସ୍ ରେ ଆଙ୍ଗିସିଙ୍ଗି ଦଳ ୧୮ ଓଭରରେ ମାତ୍ର ୯୭ ରନ କରି ଫାଇନାଲରୁ ବାଦ ପଡ଼ିଥିଲା । ସଂସ୍ଥା ଦିନ ମ୍ୟାଚରେ ଓଡ଼ଗାଁ ବାରଆସୋସିଏସନର ସଭାପତି ଆଇନଜିବୀ ଇନ୍ଧୁଭୁଷଣ ମିଶ୍ର, ପୂର୍ବତନ ସଭାପତି ଆଇନଜିବୀ ଗୋବିନ୍ଦ ଚନ୍ଦ୍ର ସାହୁ, ଆଜୀବନ ସଦସ୍ୟ ଆଇନଜୀବୀ ଚିତରଞ୍ଜନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କ ସହିତ କରମର୍ଦନ କରି ଉତ୍ସାହିତ କରିଥିଲେ । ଜ୍ୟୋତିପ୍ରକାଶ ମାଝି, ଅନିଲ ପଟ୍ଟନାୟକ, ମିଥୂନ ପାଣିଗ୍ରାହୀ, କିଷନ୍ଦେବ ମହାରଣା ମ୍ୟାଚ୍ ପରିଚାଳନା କରିଥିବା ବେଳେ ରଘୁନାଥ କ୍ରିକେଟ ଆସୋସିଏସନର ପ୍ରତିଷ୍ଠାତା ସମ୍ପାଦକ ଦିବାକର ନାୟକ ଖେଳାଳିଙ୍କୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ଶନିବାର ଫାଇନାଲ ମୁକାବିଲା ଓାରିୟସ ନୟାଗଡ଼ ଏବଂ ଇଗଲକ୍ଳବ୍ ଗୋଡ଼ିପଲ୍ଲୀ ମଧ୍ୟରେ ହେବ ।
Sign in
Sign in
Recover your password.
A password will be e-mailed to you.
Prev Post