ବଚପନ୍ ପ୍ଳେ ସ୍କୁଲର ବାର୍ଷିକ ଉତ୍ସବ

0

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର ):  ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ବଚପନ ଗାଇଡାନ୍ସ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅବିନାଶ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ଅବସରପ୍ରାପ୍ତ ବ୍ଳକ ଶିକ୍ଷାଧିକାରୀ ଦାମୋଦର ଖିଲାର ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା ହସକ୍ଳବ ସଭାପତି ବସନ୍ତ କୁମାର ମିଶ୍ର ସ୍ୱତନ୍ତ୍ର ଅତିଥି ଏବଂ ସିଆରସିସି ତ୍ରୀଲୋଚନ ସାମନ୍ତରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସତର୍କତା ଅବଲମ୍ବନ କରି ପିଲା ମାନଙ୍କୁ ଶିକ୍ଷା ଏବଂ ସଂସ୍କାର  ଦେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ  କରିଥିବା ୮୦ ଜଣ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅଧ୍ୟକ୍ଷ ଅମୁଲ୍ୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।     

Leave A Reply

Your email address will not be published.