ଏଇଟା ମଣିଷ ନା ପଶୁ …ଏତେ ବର୍ବର ହୋଇପାରେ ସ୍ୱାମୀ !

0

ପତ୍ନୀଙ୍କୁ ପୋଡ଼ି ଜୀବନରୁ ମାରି ଦେବାର ଉଦ୍ୟମ:ଅଭିଯୁକ୍ତ ସ୍ୱାମୀ ଗିରଫ, 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦଶ ଦୋଷ କ୍ଷମା କରିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ସହଧର୍ମିଣୀ ଭାବେ ବେଦୀ ଉପରେ ବୈଦିକ ରୀତି ନୀତି ଅନୁସାରେ ବିବାହ କରି ଘରକୁ ଆଣିଥିଲେ ସେହି ପତ୍ନୀକୁ ନିଆଁରେ ପୋଡ଼ି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ସ୍ୱାମୀକୁ ଜେଲ ଯିବାକୁ ପଡ଼ିଛି । ଏଥି ସହିତ ସ୍ତ୍ରୀର ଶରୀର ନିଆଁରେ  ପ୍ରାୟ ୮୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବାରୁ ସେ ହସପିଟାଲରେ ଜୀବନ ମୃତ୍ୟୁ  ସହ ସଂଗ୍ରାମ ଚଳାଉଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ବାରିପଦା ପୌରପରିଷଦର ୱାଡର଼୍ ନଂ ୫ ବାବୁସାହି ଅଞ୍ଚଳର ଶଙ୍କୁ ରାୟ ପ୍ରାୟ ଏକ ବର୍ଷ ପୂର୍ବେ ଉକ୍ତ ୱାର୍ଡର ରିୟା ରାୟକୁ ବିବାହ କରିବାର କିଛି ମାସ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳହ ଲାଗି ରହିଥିଲା । ଏହି ସମୟରେ ଶଙ୍କୁ ରାୟ ତାର ସ୍ତ୍ରୀ ରିୟାଙ୍କ ନିଆଁରେ ପୋଡ଼ି ଯାଇଥିବା ଅବସ୍ଥାରେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି  କରାଇଥିଲେ । ରିୟାଙ୍କ ମା ପୁଷ୍ପା କରଙ୍କ ପକ୍ଷରୁ ତାର ସ୍ୱାମୀ ଶଙ୍କୁ ନିଆଁରେ ପୋଡ଼ି ମାରି ଦେବାର ଉଦ୍ୟମ କରିଥିବା ବିଷୟକୁ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ କେଶ ନଂ ୪୧୮/୨୦୧୯ ଓ ଆଇପିସି ଧାରା ୩୪୧,୩୨୬, ୩୦୭ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଶଙ୍କୁକୁ ଗିରଫ କରାଯିବା ସହ ହସପିଟାଲରେ ରିୟାଙ୍କ ନିକଟରୁ ତାଙ୍କର ବୟାନକୁ ପୁଲିସ ନେଇଥିବାର ଜଣାପଡ଼ିଛି । ଏଥି ସହିତ ରିୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଆଜି ପୂର୍ବାହ୍ନରେ ରିୟାକୁ ତାର ଘର ଲୋକ ଭୂବନେଶ୍ୱର ସ୍ଥିତ ସୋମ ହସପିଟାଲକୁ ସ୍ଥାନାନ୍ତରୀତ କରିଥିବାର ଜଣାପଡ଼ିଛି । 

 

Leave A Reply

Your email address will not be published.