କ୍ରିଷ୍ଣା କପ୍ କ୍ରିକେଟ: ବୁଧାପାଲି ସେମିରେ

0

ପଦ୍ମପୁର/ ଶାସକ ପ୍ରଶାସକ : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ର ଚତୁର୍ଥ ଦିନରେ ବୁଧାପାଲି ଦଳ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ବୁଧାପାଲି ଦଳ ବନୁପାଲି ଦଳକୁ ପରାସ୍ତ କରି ଏବଂ ଦ୍ବିତୀୟ ମ୍ୟାଚରେ ମେଲଛାମୁଣ୍ଡା ଦଳ ମହୁଲପାଲି ଦଳକୁ ହରାଇ କ୍ୱାର୍ଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି  ବୁଧାପାଲି ଦଳ ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ହରାଇ ୯୬ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ମେଲଛାମୁଣ୍ଡା ଦଳ ୧୦ ଓଭର ରେ ୮ ଉଇକେଟ ହରାଇ ‍‍‌‌୬୩ ରନ ସଂଗ୍ରହ କରି ପରାଜିତ ହୋଇଥିଲେ ।  ବୁଧାପାଲି ତୃତୀୟ ଦଳ ରୂପେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ପୁରସ୍କାର ବିତରଣୀ ଉତ୍ସବ ରେ ଅତିଥି ସୁଶିଲ ସେଠ ଓ ଦୀପକ ସାହୁ ବୁଧାପାଲି ଦଳର ଦ୍ରୋଣ କୁ ମେନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ। ଆଜିର ମ୍ୟାଚକୁ ଅମ୍ପାୟାର ସୁବ୍ରତ ଓ ରଜତ ପରିଚାଳନା କରିଥିଲେ ଏବଂ ମତିଲ ଓ ସୁଜିତ ସ୍କୋରିଂ ଦାୟିତ୍ଵ ରେ ଥିଲେ। ଅନୀଲ ଓ ଦୀନେଶ ଧାରାବିବରଣୀ ପ୍ରଦାନ କରିଥିଲେ। ଅମିତ, ପ୍ରବୀଣ, ଆକାଶ ଓ ପରେଶ ସହଯୋଗ କରିଥିଲେ।

Leave A Reply

Your email address will not be published.