ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଗୁରୁବାର ଦିନ ପଞ୍ଚମ ଦିବସ ଥିଲା। ମୁଖ୍ୟ ଅତିଥି ଭାବେ ମାମୁନ ପବ୍ଲିକ ସ୍କୁଲ ଛିନ୍ଦେଇକେଲା ଡାଇରେକ୍ଟର ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ । ଗ୍ରୁପ ବିର ପ୍ରଥମ କ୍ବାର୍ଟର ଫାଇନାଲରେ ସୁପର ଓଭରରେ ଜଗଦଲପୁରର ଷ୍ଟୁଡେଣ୍ଟ ୟୁନାଇଟେଡ କ୍ରିକେଟ କ୍ଲବ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା। ଜାମସେଦପୁର ପକ୍ଷରୁ କୁନାଲ କୁମାର ୩୧ ରନ, ଉଜ୍ବଳ ପାଳ ୧୮ ରନ, ବିକି ଶର୍ମା ୦୭ ରନ, କରିଥିଲେ। ଜଗଦଲପୁର ପକ୍ଷରୁ କୌଶଲେନ୍ଦ୍ର ରାଠୋର ୪୯ ରନ, ଶେଖ ନିଜା ଗୁଦ୍ଦନ ୨୫ ରନ, ବିକି ଠାକୁର ୧୦ରନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଜାମସେଠରୁ ହେମନ୍ତ ପ୍ରଧାନ ଓ ପାଇକମାଲରୁ ସୁମିତ ଅଗ୍ରୱାଲ ଅତିଥି ଭାବରେ ଯୋଗଦେଇ ଥିଲେ। ସଚ୍ଚିଦାନନ୍ଦ ପଣ୍ଡା, ସଞୀୟ ନାଏକ ଖେଳ ପରିଚାଳନା କରିଥିବା ବେଳେ ପ୍ରମୋଦ କୁମାର ଦାସ, ସତ୍ଯବାନ ଧରୁଆ ସ୍ଲୋରର ଦାୟିତ୍ବ ତୁଲାଇ ଥିଲେ। ଉମେଶ ଚନ୍ଦ୍ର ସାହୁ, ପତିତ ପାବନ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ସଚ୍ଚିନ ମାଝୀ, ପ୍ରଦୀପ ସାହୁ ଖେଳ ପରିଚାଳନା ରେ ସହାୟତା କରିଥିଲେ। ଶନିବାର ଦିନ କାକିନାଡା(ଡି ଏସ ଏ ) ଓ ଖୋର୍ଦ୍ଧା( ଇଷ୍ଟକୋଷ୍ଟ ରେଲୱେ) ମଧ୍ୟରେ ଖେଳ ଅନୁଷ୍ଠିତ ହେବ।
Sign in
Sign in
Recover your password.
A password will be e-mailed to you.
Next Post