ଜାତୀୟ ଗଣିତ ଦିବସ ଓ ଶ୍ରୀ ନିବାସନ ରାମାନୁଜମ୍ ଙ୍କ ଜୟନ୍ତୀ ପାଳିତ ।

0 1

ବୀରମହାରାଜପୁର – (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ପଣ୍ଡାପାଲି ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାସ ମେହେର ଙ୍କ ଅଧ୍ୟକ୍ଷତାରେ ଜାତୀୟ ଗଣିତ ଦିବସ ଓ ଶ୍ରୀ ନିବାସନ ରାମାନୁଜମ୍ ଙ୍କ ୧୩୨ତମ  ଜୟନ୍ତୀ ପାଳିତ ହୋଇଯାଇଛି ।  ଜୟନ୍ତୀ ଅବସରରେ ଏକ ସଭା ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ଯ ଅତିଥି ଭାବେ ଉଫୁଲା କ୍ଲଷ୍ଟର ସିଆରସିସି ଭାବଗ୍ରାହୀ ମେହେର, ସମ୍ମାନୀତ ଅତିଥି ଭାବେ ବରୁଣ ରାଜହଂସ ଓ ଶିକ୍ଷା କମିଟିର ଉପସଭାପତି ସୁରେନ୍ଦ୍ର ବାଘ, ଭୂମି କ୍ଷେତି, ରଞ୍ଜୀତା ଖେତି ଅତିଥି ଗଣ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଥମ ସମାପ୍ତି ସୂଚକ ମାନ ନିର୍ଦ୍ଦାରଣ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନେ ଗଣିତ ବିଷୟରେ ଅଧିକ ମାର୍କ ରଖିଥିବା  ସେହି ଛାତ୍ର ଛାତ୍ରୀ ହେଲେ ଝିଲି ରାଜହଂସ,ରାଜକୁମାର କ୍ଷେତି, ବନିତା ଦେହୁରୀ, କାଜଲ ରାଜହଂସ,ଅବନୀ ବାଘ ଙ୍କୁ ଅତିଥି ଗଣ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲେ । ଶେଷରେ ସରକାର ଶିକ୍ଷକ ମେଘନାଦ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.