ବୀରମହାରାଜପୁର – (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦରମହକୁମା ଠାରେ ଥିବା ଗଣପତି ଆଦର୍ଶ ଶିକ୍ଷା ନିକେତନର ୨ ଦିନ ଧରି ଚାଲିଥିବା ୧୩ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମହାସମାରୋହରେ ଶନିବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମହାକୁରଙ୍କ ଅଧ୍ୟକ୍ଷତାରେ ବୀରମହାରାଜପୁର ଆଇଓବିର ବିଏମ୍ ପ୍ରତାପ କୁମାର ପଧାନ ମୁଖ୍ୟ ଅତିଥି ଓ ବୀରମହାରାଜାପୁର ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ନରୋତ୍ତମ ଚାନ୍ଦ ଓ ଗଣପତି ଆଦର୍ଶ ଶିକ୍ଷା ନିକେତନ ସଂପାଦକ ବିବସ୍ପତି ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ଓ କ୍ରୀଡ଼ା ପତକା ଉତ୍ତୋଳନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟନ କରିଥିଲେ । ଦ୍ବିତୀୟର ଦିବସରେ ଗଣପତି ଆଦର୍ଶ ଶିକ୍ଷା ନିକେତନ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମହାକୁର ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାର ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର , ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ନୀରିକ୍ଷକ ଦୁର୍ଯ୍ୟୋଧନ ରାଉତ, ସମାଜ ସେବୀ ନାରାୟଣ ଲୁହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଆମନ୍ତ୍ରିତ ଅତିଥିଗଣ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ପ୍ରତିଯୋଗିତାର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ଉଦବୋଧନ ଦେବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପୁରସ୍କାର ବିତରଣ କରିଥିଲେ। ଶିକ୍ଷା ଅନୁଷ୍ଠାନର ସଂପାଦକ ବିବସ୍ପତି ପଣ୍ଡା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଖେଳ ପତାକାକୁ ଅବତରଣ କରି କ୍ରିଡା ଶିକ୍ଷକଙ୍କୁ ପ୍ରଦାନ କରି କ୍ରିଡା ପ୍ରତିଯୋଗିତର ସମାପ୍ତି ଘୋଷଣା କରିଥିଲେ । ପ୍ରକାଶ ଯୋଗ୍ଯ ଯେ – ଏହି ଶିକ୍ଷା ଅନୁଷ୍ଠାନ ରେ ୬ ଷଷ୍ଠ ରୁ ୧୦ ମ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ, କନିଷ୍ଠ ଓ ଉପ କନିଷ୍ଠ ଆଦି ଛଅଟି ଗୃପ ରେ ଭାଗ କରାଯାଇଥିଲା । କନିଷ୍ଠ ବାଲକ ବିଭାଗରେ ଅବିନାଶ ସାହୁ, କନିଷ୍ଠ ବାଲିକା ବିଭାଗ ରେ ପ୍ରିୟଙ୍କା ସାହୁ, ବରିଷ୍ଠ ବାଲକ ବିଭାଗ ରେ ହୃଦାନନ୍ଦ ବାଘ, ବରିଷ୍ଠ ବାଳିକା ବିଭାଗରେ ରଶ୍ମି ରେଖ ବେହେରା ପ୍ରମୁଖ ଚାମ୍ପିୟନ ଘୋଷିତ ହୋଇଥିଲେ । ଶେଷରେ ସଂପାଦକ ବିବସ୍ପତି ପଣ୍ଡା ଧନ୍ୟବାଦ ଦେଇଥିବା ବେଳେ ସ୍କୁଲ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ଖେଳ ପରିଚାଳନାରେ ଓ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.