ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୩୭ତମ ବାର୍ଷିକ ଉତ୍ସବ

0 1

ପଦ୍ମପୁର(ଶାସକ ପ୍ରଶାସକ) ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୩୭ତମ ବାର୍ଷିକ ଉତ୍ସବ କୁସୁନାପାଲି ସ୍ଥିତ ବିଦ୍ଯା ମନ୍ଦିର ପରିସରରେ ସଂନ୍ଧ୍ଯା ସମୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବରେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ଓ ବାର୍ଷିକ ମୁଖପତ୍ର ଅରୁଣ ର ଉନ୍ମୋଚନ କରିଥିଲେ।  ମୁଖ୍ଯ ବକ୍ତା ରୂପେ  ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ସମ୍ମାନିତ ଅତିଥି ଭାବେ ପୂର୍ବ କ୍ଷେତ୍ର ସଭାପତି ବିଦ୍ଯା ଭାରତୀ ଡଃ ବାଞ୍ଛାନିଧି ପଣ୍ଡା ଯୋଗଦାନ କରିଥିବା ବେଳେ  ପ୍ରଧାନ ଆଚାର୍ଯ୍ଯ ଯୁବ ରାଜ ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ଥାନୀୟ ସଂପାଦକ ଆଶିଷ କୁମାର ମିଶ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ସଭାପତି ଦ୍ବାଦଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଵାଗତ ସଙ୍ଗୀତ ସହ ଓଡିଶୀ ନୃତ୍ୟ ସମେତ ଶିଶୁ ପ୍ରାରମ୍ଭ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭାଇ ଭଉଣୀ ମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭିନ୍ନ ନୃତ୍ଯ, ଶାରୀରିକ ପ୍ରଦର୍ଶନ ଓ କେଶ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶିତ ” ଚାଏର ଚୌକିଦାର ” ନାଟକ ମଞ୍ଚସ୍ଥ ହୋଇଥିଲା। ଭାଇ ମାନଙ୍କ ଦୁଲ୍ ଦୁଲି ବଜା ଇତ୍ଯାଦି ମନୋରଞ୍ଜନ କାର୍ଯକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ଯ୍ଯକ୍ରମ ସଫଳ ହୋଇଥିଲେ।

Leave A Reply

Your email address will not be published.