ଭୁବନେଶ୍ୱର / କୋରାପୁଟ :- ଯାତ୍ରା ପେଣ୍ଡାଲ ରେ ସାଧାରଣତଃ ଯାତ୍ରା ହେଇଥାଏ । ଲୋକ ଯାତ୍ରା ପେଣ୍ଡାଲ କୁ ଯାତ୍ରା ଦେଖିବାକୁ ଯାଇଥାନ୍ତି କିନ୍ତୁ ଆଜି କୋରାପୁଟ ରେ ପଡିଥିବା ବାଘା ଯତୀନ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିଛି ଏକ ଅଭିନବ ପ୍ରୟାସ । କୋରାପୁଟ ରେ ପ୍ରଥମ ଥର ପାଇଁ ଅପେରା ଷ୍ଟେଜ ରେ ରକ୍ତଦାନ ଶିବିର ଆୟୋଜନ ହେଇଛି ଯାହା ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ହେଇଛି। ଯେଉଁ କଳାକାର ସବୁବେଳେ ଲୋକଙ୍କ ମନୋରଞ୍ଜନ କରନ୍ତି ସେହି ମାନେ ଆଜି ରକ୍ତଦାନ କରି ସମାଜକୁ ଏକ ବାର୍ତ୍ତା ପ୍ରଦାନ କରଛନ୍ତି ଯେ, ଯେ କରିବ ରକ୍ତଦାନ, ତା ଜୀବନ ଧନ୍ୟ ।। ଏଥିରେ ବାଘାଯତୀନ ଗଣନାଟ୍ୟ ର ସମସ୍ତ କଳାକାର ଓ କୋରାପୁଟ ର ସାଧାରଣ ଜନତା ରକ୍ତଦାନ କରିଥିଲେ। ଏଥିରେ ୮୦ ୟୁନିଟ୍ ରକ୍ତ ସଂଗ୍ରହ ହେଇଥିଲା। ଏହି ଶିବିର ଡାକ୍ତର ରତିକାନ୍ତ ଖଟୁଆ ଆୟୋଜନ କରିଥିଲେ। ଡାକ୍ତର ରତିକାନ୍ତ ଖଟୁଆଙ୍କ ଏହି ନିଆରା ପଦକ୍ଷେପ କୁ କୋରାପୁଟ ଜିଲ୍ଲାରେ ଉଚ୍ଚ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.