“ଦେଶରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍କିମରେ ଓଡ଼ିଶା ଟପ୍ ୫ ମଧ୍ୟରେ ରହିବାକୁ ଚାହୁଁଛି”
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ସରକାର ରିହେବିଟେସନ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହାର ସଠିକ୍ ମୁକାବିଲା ଆଦି ବିଭିନ୍ନ କ୍ଷେତ୍ରରେ ସମଗ୍ର ଭାରତ ଓ ପୃଥିବୀରେ ପ୍ରଶଂସିତ ହୋଇ ପାରିଛି । ଏଥି ସହିତ ଭାରତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍କିମରେ ଓଡ଼ିଶା ଟପ୍ ୫ ମଧ୍ୟରେ ରହିବା ପାଇଁ ଚାହୁଁଛି । ସେଥି ନିମନ୍ତେ ୫-ଟି କାର୍ଯ୍ୟକ୍ରମ ହାତକୁ ନେଇଛି । ବିଶେଷ କରି ଅଧୁନିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର ଉପରେ ଗୁରୁତ୍ୱାରୋପ କରୁଛି । ନିକଟରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ୫-ଟିକୁ ପ୍ରଶଂସା କରିଥିଲେ । ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ସମଗ୍ର ଭାରତରେ ଅଗ୍ରଣୀ ଭୂମିକା ଲିଭାଇ ଆସିଛି । ମୟୂରଭଞ୍ଜ ଜିଲ୍ଲାର ଅର୍ଥନୀତି କୃଷି ଉପରେ ନିର୍ଭର କରୁଥିବାରୁ କୃଷି ସହିତ ଉଦ୍ୟାନକୃଷି, ପଶୁପାଳନ, ସେରିକାଲଚର ଆଦି ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ସରକାର ମାଇନିଂରୁ ୨ହଜାର କୋଟି ଟଙ୍କା ମୟୂରଭଞ୍ଜ ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ମଞ୍ଜୁରୀ କରିଛନ୍ତି । ଏଥିରେ ପାନୀୟ ଜଳ ଯୋଗାଣ, ଗମନାଗମନ, ଜୀବନଜୀବିକା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରାଯିବ । କେବଳ ସ୍ୱାସ୍ଥ୍ୟ ବିଭାଗକୁ ୨୫୦ କୋଟି ଦିଆଯାଇଛି । ଜିଲ୍ଲାପାଳ ମୁଖ୍ୟ ଭୂମିକା ଲିଭାଇବେ । ବିଭିନ୍ନ ଲାଇନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ । ଜିଲ୍ଲାରେ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଭୂବନେଶ୍ୱରରେ ରାଜପଥ ଅଥରେଟି ସହିତ ଖୁବ ଶୀଘ୍ର ବୈଠକ ଡ଼କାଇ ଆଲୋଚନା କରିବେ ଏବଂ ବନ୍ୟପ୍ରାଣୀ ବିଭାଗର ପ୍ରଶାସନିକ ପଦାଧିକାରୀଙ୍କୁ ନେଇ ମଧ୍ୟ ଆଲୋଚନାରେ ବସିବେ । ଏଥି ସହିତ ୧୯୮୭ରେ ଏହି ମୟୂରଭଞ୍ଜ ମାଟିରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ଦୀର୍ଘ ବର୍ଷର ବ୍ୟବଧାନ ପରେ ଆଜି ପୁଣି ଥରେ ଏହି ଜିଲ୍ଲା ଗସ୍ତରେ ଆସିଥିବାରୁ ନିଜକୁ ବହୁତ ଖୁସି ଲାଗୁଛି ବୋଲି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ ଗସ୍ତରେ ଆସିଥିବା ଅବସରରେ ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ-ଫେସିଲେସନ ସେଣ୍ଟରରେ ଜିଲ୍ଲାପାଳ , ଏସପି ଓ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିବାପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ତାଙ୍କର ଗସ୍ତ ସମ୍ପର୍କରେ ସୂଚନା ଦେବା ଅବସରରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି |
ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଆଜି ତାଙ୍କର ଦିନିକିଆ ମୟୂରଭଞ୍ଜ ଗସ୍ତ ଶେଷ କରି ଭୂବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ସେ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ-ଫେସିଲେସନ ସେଣ୍ଟରରେ ଜିଲ୍ଲାସ୍ତରୀୟ ପଦାଧିକାରୀମାନଙ୍କୁ ନେଇ ଏକ ବୈଠକରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ସମୀକ୍ଷା କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେବା ଅବସରରେ ଶ୍ରୀ ତ୍ରିପାଠୀ ଓଡ଼ିଶା ସରକାରଙ୍କ ଟ୍ରାନ୍ସପାରମେଟିକ୍ ଏଜେଣ୍ଡା ବିଷୟ ଉତ୍ଥାପନ କରିଥିଲେ । ସେହିପରି ଜିଲ୍ଲାରେ କୃଷି, ଉଦ୍ୟାନକୃଷି, ସେରିକାଲଚାର, ଗମନାଗମନ, ସ୍ୱାସ୍ଥ୍ୟସେବା ଆଦି ଉପରେ ଗୁରୁତ୍ୱ ଦେଇଥିବାର ପ୍ରକାଶ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀତ୍ରିପାଠୀ ଆଜି ପୂର୍ବାହ୍ନରେ ପାଞ୍ଚପୀଢ଼ ଉପଖଣ୍ଡର ସଦର ମହକୁମା କରଞ୍ଜିଆ ଦେଇ ମୟୂରଭଞ୍ଜ ଜିଲ୍ଲାରେ ପହଁଞ୍ଚି ଯଶୀପୁର ମେଡ଼ିକାଲ ପରିଦର୍ଶନରେ ଯାଇ ରୋଗୀମାନଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା , ନିରାମୟରେ ଔଷଧପତ୍ର ମିଳୁଛି କିନାହିଁ, ଡ଼ାକ୍ତରମାନେ ଠିକ ସମୟରେ ରୋଗୀସେବା ଯୋଗାଉଛନ୍ତି କି ନାହିଁ, ଡ଼ାକ୍ତରମାନେ ରୋଗୀମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କି ନାହିଁ ଆଦି ବିଭିନ୍ନ ବିଷୟ ପଚାରି ବୁଝିଥିଲେ । ସେହିପରି ମେଡ଼ିକାଲରେ କେଉଁ କେଉଁ ଔଷଧ ଉପଲବ୍ଧ ରହିଛି ସେ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ । ଯଶୀପୁର ମେଡ଼ିକାଲକୁ ଆଧୁନିକିକରଣ କରାଇବା ନିମନ୍ତେ ସରକାର ଦେଢ଼ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ କିପରି ଚାଲିଛି ସ୍ୱାସ୍ଥ୍ୟ ସେବା ବୋଲି ଦେଖିବା ସଂଗେସଂଗେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ମହାର୍ଦ୍ଧାପଳସାଠାରେ ଓଏମଡ଼ିସି ଖର୍ଚ୍ଚରେ ନିର୍ମିତ ରାସ୍ତା ମଧ୍ୟ ବୁଲି ଦେଖିବା ପରେ କୁଳିଅଣା ବ୍ଲକର ଏନଏଚ ୧୮ରୁ ଜିଆଣି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ପରିର୍ଦନ କରି ଜିଲ୍ଲାର ସଦର ମହକୁମା ବାରିପଦାରେ ପହଁଞ୍ଚିଥିଲେ । ଏହାପରେ ଦେବେନ୍ଦ୍ରପୁରସ୍ଥିତ ଆଦୃତା(ଘରୋଇ) ଶିଶୁ କେୟାର ସେଣ୍ଟରରେ ପହଁଞ୍ଚି ସେଠାରେ ରହିଥିବା ୨୧ ଅରଫାନ ଶିଶୁମାନଙ୍କର କିପରି ଯତ୍ନ ନିଆଯାଉଛି, କଣ କଣ ଖାଇବାକୁ ଦିଆଯାଉଛି ସେ ସମ୍ପର୍କରେ ପିଲାମାନଙ୍କ ନିକଟରୁ ଅବଗତ ହୋଇଥିଲେ । ଏଥି ସହିତ ଜିଲ୍ଲାରେ ଥିବା ଏହିପରି ୧୧ଟି ଅନୁÂାନକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଓ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ଏବଂ ଆଦୃତାକୁ ସରକାରୀ ଜମି ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଥିଲେ । ଏହାପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ଚିକିତ୍ସାଳୟ ପରିଦର୍ଶନରେ ଯାଇ ସିଧାସଳଖ ରୋଗୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରତି ଡ଼ାକ୍ତରମାନଙ୍କ ବ୍ୟବହାର, ଡ଼ାକ୍ତରମାନେ ନିରାମୟରୁ ମିଳୁଥିବା ଔଷଧ ଲେଖୁଛନ୍ତି ନା ବାହାରର ଔଷଧ ଲେଖୁଛନ୍ତି, ରୋଗୀମାନଙ୍କୁ ମିଳୁଥିବା ଖାଦ୍ୟ ଆଦି ସମ୍ପର୍କରେ ପଚାରି ବୁଝିବା ପରେ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରି ବୁଝିଥିଲେ ।
“ଦେଶରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍କିମରେ ଓଡ଼ିଶା ଟପ୍ ୫ ମଧ୍ୟରେ ରହିବାକୁ ଚାହୁଁଛି”