ବରଗଡ ଜର୍ଜ ହାଇସ୍କୁଲର ୧୯୬୬ ମ୍ୟାଟ୍ରିକ  ବ୍ୟାଚର ବୈଠକ ଅନୁଷ୍ଠିତ

0

ପଦ୍ମପୁର- ବରଗଡ ଜର୍ଜ ହାଇସ୍କୁଲ ୧୯୬୬ ମସିହାରେ ପାଠ ପଢୁଥିବା ମେଟ୍ରିକ ବ୍ଯାଚ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଦ୍ଵିତୀକୃଷ୍ଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୧୯୬୬ ବ୍ୟାଚ ଛାତ୍ରମାନେ ଆସନ୍ତା ଜାନୁଆରୀ ୫ ତାରିଖ ବରଗଡ ସାଇ ମନ୍ଦିର ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପରିଚାଳନା ଓ ପାଳନ କରିବା ପାଇଁ ସର୍ବ ସମ୍ମତି କ୍ରମରେ ସ୍ଥିରକୃତ ହୋଇଛି। ଏହି ବୈଠକରେ ଡ. ଏସ୍ ଏସ୍ ସନମୁଖରାଓ, ଡାକ୍ତର ପ୍ରସାରୀ, ଗୋରା ଚାନ୍ଦ ମଜୁମଦାର, ଗୌନ୍ତିଆ ସାହୁ ପ୍ରମୁଖଙ୍କ ସମେତ ଅନେକ ଛାତ୍ର ଯୋଗଦାନ ଦେଇଥିଲେ। ଏହି ବୈଠକରେ ୧୯୬୬ ବ୍ୟାଚ ମ୍ୟାଟ୍ରିକ ଛାତ୍ର ମାନେ ଯେଉଁ ଠି ଥିଲେ ମଧ୍ୟ ଏହି ବନ୍ଧୁ ମିଳନ ରେ ଯୋଗଦାନ କରିବା ପାଇଁ ଆୟୋଜକ ତରଫରୁ ନିବେଦନ କରା ଯାଇଛି। ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ଯ ମହା ଆନନ୍ଦରେ ବନ୍ଧୁ ମିଳନ ପାଇଁ ଚୂଡାନ୍ତ ହୋଇଛି।

 

Leave A Reply

Your email address will not be published.