କୋଶଳ ଆବାସିକ ବିଦ୍ୟାଳୟରେ ନୂତନ ରେଡକ୍ରସ ୟୁନିଟ୍ ଉଦ୍ଘାଟନ, ଜୁନିୟର ରେଡକ୍ରସ ର କାଉନସିଲର ସମ୍ମିଳନୀ ଅନୁଷ୍ଠିତ ।

0

ବୀରମହାରାଜପୁର – (ବିନୋଦ ପାଣ୍ଡେ ) ସୋନପୁର ସହର ନିକଟସ୍ଥ ସ୍ଥାନୀୟ କୋଶଳ ଆବାସିକ ବିଦ୍ୟାଳୟର ପରିସରରେ ଏକ ରେଡକ୍ରସ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ୟୁନିଟ୍ ଗଠନ କରାଯାଇଥିଲା । ଏହି ଉତ୍ସବରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜନମୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ଅରବିନ୍ଦ ବାରିକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ତରଭା ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ମେହର, କୋଶଳ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ଯୋଗଦେଇ ଥିଲେ । ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହର ସଭାପତିତ୍ବ କରିଥିବା ବେଳେ ଜେ ଆର ସି ସମ୍ପାଦକ ହିମାଂଶୁ ଶେଖର କର ଓ ଜେ ଆର ସି  ର କୋ- ଅର୍ଡିନେଟର ରବି ଚନ୍ଦ୍ର ପଶାୟତା ପ୍ରମୁଖ ଅତିଥି ଗଣ ଯୋଗ ଦେଇ ବିଭିନ୍ନ ମତ ପ୍ରକାଶ କରିଥିଲେ । ସଭାରେ କୋଶଳ ଉଚ୍ଚ ବିଦ୍ୟାଳୟର ଯୋଗ ଗୁରୁ ତଥା ପତଞ୍ଜଲି ଯୁବ ଭାରତ ସଦସ୍ୟ  ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ତାଙ୍କର ନିଷ୍ଠା ଓ  ସହାନୁଭୂତି ଆଜି ପର୍ଯ୍ୟନ୍ତ ଅନେକ ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇ ଛନ୍ତି ଓ ପ୍ରତ୍ୟେକ ସମୟରେ ରକ୍ତର ଅନୁସରଣ ପୂର୍ବକ ସମସ୍ତ ରୋଗୀଙ୍କ ସେବାରେ ରହିଥାନ୍ତି  ଓ ତାଙ୍କୁ ଅତିଥି ଗଣ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ସଭାରେ ଝାସକେତନ ମେହେର ସ୍ଵାଗତ ଭାଷଣ ସହ ଅତିଥି ପରିଚିତ କରିଥିଲେ ।

Leave A Reply

Your email address will not be published.