ସିଟିଜେନ ଆମେଣ୍ଡମେଣ୍ଟ ବିଲ୍ କୁ ସମର୍ଥନ ଜଣାଇ ରାଲି : ବଲାଙ୍ଗୀର ବଜରଙ୍ଗ ଦଲ

0

ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ସିଟିଜେନ ଆମେଣ୍ଡମେଣ୍ଟ ବିଲ୍ (CAB) କୁ ସମର୍ଥନ ଜଣାଇ ବଲାଙ୍ଗୀର ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା। ଡିସେମ୍ବର ୧୧ରେ ଏହି ବିଲ ଉଭୟ ଗୃହ ରେ ପାସ ହୋଇଥିଲା। ସିଟିଜେନ ଆମେଣ୍ଡମେଣ୍ଟ ବିଲ୍ ଅନୂଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ପଡୋଶୀ ମୁସ୍ଲିମ୍ ବହୁଳ ଦେଶ ରୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଫାରସୀ ଓ ଇସାଇ ଧାର୍ମିକ ଅଲ୍ପ  ସଂଖ୍ୟକ  ସମ୍ପ୍ରଦାୟ ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା। ଭାରତରେ ରହୁଥିବା କେତେକ ବାମପନ୍ଥୀ ସଂଙ୍ଗଠନ ଏହି ବିଲ୍ କୁ ବିରୋଧ କରୁଥିବା ବେଳେ।  ବଜରଙ୍ଗ ଦଲ ର ପକ୍ଷରୁ ଏହି ବିଲ୍ କୁ ସମର୍ଥନ କରାଯାଇଥିଲା। ବଲାଙ୍ଗୀର ର ସମସ୍ତ ସାମାଜ ସେବୀ ସଂଗଠନ କୁ ଆମନ୍ତ୍ରଣ କରା ଯାଇଥିଲା। ଗୋପାଲଜି ମନ୍ଦିର ରୁ ଏହି ରେଲି ବାହାରୀ ଡେଲିମାର୍କେଟ, ଗାନ୍ଧୀ ଛକ, ଭାଗିରଥି ଛକ ଓ କଚେରି ଛକ ଦେଇ ଗୋପାଲଜି ମନ୍ଦିର ରେ ଶେଷ ହୋଇଥିଲା। ଏଥିରେ ବଲାଙ୍ଗୀର ର ଜନସାଧାରଣ, ବଲାଙ୍ଗୀର ବଜରଙ୍ଗ ଦଲ ର  ସମସ୍ତ ସଦସ୍ୟ, ସମାଜ ସେବୀ ସଂଙ୍ଗଠନ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନ, ଆକ୍ସନ କମିଟି, ଗାୟତ୍ରୀ, ଓ ଅନ୍ୟ ଅନ୍ୟ ସଂଙ୍ଗଠନ ର କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.