ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ୨ଦିନ ବ୍ୟାପି ଚାଲିଥିବା ୫୭ତମ ବାର୍ଷିକ କ୍ରିଡା ପ୍ରତିଯୋଗିତା ମହାସମାରୋହରେ ଗୁରୁବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁ ସଭାପତୀତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ରାଜବୋରାସମ୍ବର ବ୍ଳକ ଶିକ୍ଷାଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ ମୁଖ୍ୟ ଅତିଥି, ଏବିଇଓ ବିପିନ ବିହାରୀ ମିଶ୍ର, ସ୍ଥାନୀୟ ସରପଂଚ ସୁନୀତା ବରିହ, ଏସଡିଏମସି ଚେୟାରମେନ ରମେଶ ସାହୁ ସମ୍ମନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଆମନ୍ତ୍ରୀତ ଅତିଥି ଗଣ ଛାତ୍ର ଛାତ୍ରୀଙ୍କୁ କ୍ରଡା ପ୍ରତିଯୋଗିତାର ଆବଶ୍ୟକତା ଏବଂ ଉପକାରୀତା ସମ୍ପର୍କରେ ଉଦବୋଧନ ଦେବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକ ସୂର୍ଯ୍ୟନାରାୟଣ ବାରିକ ଅତିଥି ପରିଚୟ ଏବଂ ମଂଚ ପରିଚାଲନା କରିଥିଲେ । ମୁଖ୍ୟ ଅତିଥି ଖେଳ ପତାକାକୁ ଅବତରଣ କରି କ୍ରିଡା ଶିକ୍ଷକ ଶ୍ରୀବତ୍ସରାଜ ପୁରୋହୀତଙ୍କୁ ପ୍ରଦାନ କରିବା କ୍ରିଡା ପ୍ରତିଯୋଗିତାର ସମାପ୍ତି ଘୋଷଣା କରିଥିଲେ । ପ୍ରକାଶ ଯୋଗ୍ୟ ଯେ ବିଦ୍ୟାଳୟର ୧ମ ରୁ ୧୦ମର ଛାତ୍ର ଛାତ୍ରୀଙ୍କୁ ନେଇ ବରିଷ୍ଠ, କନିଷ୍ଠ ଏବଂ ଉପ କନିଷ୍ଠ ଆଦି ଛଅଟି ଗୃପରେ ଭାଗ କରାଯାଇଥିଲା । ଲମ୍ବଡିଆଁ, ଉଚ୍ଚଡିଆଁ, ପୁଚିଖେଲ, ରସିଡିଆଁ, ଅନ୍ଧଲକ୍ଷ(ଅନ୍ଧ ପୁଟଲି), ବେଲୁନଦୌଡ ଆଦି ୨୪ ଗୋଟି ଖେଳରେ ପ୍ରତିଯୋଗିତା ହୋଇଥିଲା । ବରିଷ୍ଠ ବାଳକ ବିଭାଗରେ ବିଭୁପ୍ରସାଦ ଚାନ୍ଦ, ବରିଷ୍ଠ ବାଳିକା ବିଭାଗରେ ମାନୀନି ବାରିକ ଓ କନିଷ୍ଠ ବାଳକ ବିଭାଗରେ ସିଦ୍ଧନ୍ତ ବାଗ ଚଂପିଆନ ଘୋଷିତ ହୋଇଥିଲେ । ଖେଳ ଶେଷରେ ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାଳୟର କ୍ରିଡା ଶିକ୍ଷକ ଶ୍ରିବତ୍ସରାଜ ପୁରୋହିତ, ସଂଜୀବ କୁମାର ନାୟକ, ଦିପ୍ତିପୁର ହାଇସ୍କୁଲ ପିଇଟି କିରନ ପଧାନ, ଦୁବୁଲାବାହାଲ ୟୁପି ସ୍କୁଲ ପିଇଟି ଅମିୟ ଆଚାର୍ଯ୍ୟ, ପଣ୍ଡକିପାଲି ହାଇସ୍କୁଲ ପିଇଟି ଅଂଜିତା ମହନ୍ତ ପ୍ରମୁଖ ଖେଳ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ସବୁକୁ ପ୍ରିୟବ୍ରତ ସାହୁ, ଜିତେନ୍ଦ୍ର ସାହୁ, ରତିକାନ୍ତ ବେହେରା, ଯଦୁମଣୀ ସୁନା, ସୂର୍ଯ୍ୟନାରାୟଣ ବାରିକ, ସୁକୃତା ସୁନା, ତନୁଜା ପଣ୍ଡା, କୁନ୍ତଲା ପଣ୍ଡା, ସ୍ମୃତିଛନ୍ଦା ବାବୁ, ମମତା ପଣ୍ଡା, କାମାକ୍ଷି ଶତପଥୀ, ହିଂମାଶୁ ପଦାନ, ସୁବାଷ ବେହାରା, ପ୍ରବୀଣ ପାଣିଗ୍ରାହୀ, ବିମଳ ପଧାନ, ଚୈତନ୍ୟ ବନଛୋର ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଖେଳ ଶିକ୍ଷକ ସଂଜୀବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.