ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦରଳିଗୁଡା ଗ୍ରାମର ଲେକ୍ରୁ ସାହୁ ବୁଡେନ ଥାନାରେ ଅଭିଯୋଗ କରିଥିଲେ ଯେ ସେ ଓ ତାଙ୍କର ପରିବାର ବିଲ କୁ କାମ କରିବା ପାଇଁ ଯାଇଥିବା ସମୟରେ ତାଙ୍କ ଘରର ତାଲା ଭାଙ୍ଗି ସୁନା ଗହଣା ସହିତ ନଗଦ ଟଙ୍କା ଓ ଦୁଇଗୋଟି ମୋବାଇଲ ଫୋନ ଚୋରି ହେଇଯାଇଛି । ବୁଡେନ ଥାନା ଅଧିକାରୀ ଶ୍ରୀ ବିରବର ଭଗତ ଥାନାରେ କେଶ ନମ୍ବର 73/19 ଧାରା , 454,380,ରେ ମାମଲା ରୁଜୁ କରି ଏଏସଆଇ, ଏମ ଡି ପଣ୍ଡାଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ । ଶ୍ରୀ ପଣ୍ଡା ବିଶ୍ୱସ୍ଥ ସୂତ୍ରର ଖବର ପାଇ ପ୍ରଥମେ ସୁନୀଲ ସାହୁ ଓ ସୋନୁ ପ୍ରଧାନଙ୍କୁ ଜେରା କରିଥିଲେ । ଏହାପରେ ନିର୍ମଲ ବାରିକ ଓ ତାର ସାନ ଭାଇ ଚନ୍ଦନ ବାରିକକୁ ପୋଲିସ ଜେରା କରିବା ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ ଏହି ଚୋରି ଘଟଣାର ମାଷ୍ଟର ମାଇଣ୍ଡ ନିର୍ମଲ ସୁନା ଗହଣା ସବୁ ପଦ୍ମପୁର ଥାନା ଛକ ନିକଟରେ ଥିବା ମୁନମୁନ ଜୁଏଲର୍ସରେ ବିକ୍ରି କରିଛି । ଏହାପରେ ପୋଲିସ ମୁନମୁନର ମାଲିକ ସମୀର ସାହୁକୁ ଗିରଫ କରିବା ସହିତ ଅଭିଯୁକ୍ତ ମାନଙ୍କର ନିକଟରୁ ଚୋରି ହେଇଥିବା ସୁନା ଗହଣା, ନଗଦ ଟଙ୍କା, ଓ ମୋବାଇଲ ଫୋନ ଜବତ କରିବାରେ ସଫଳ ହେଇଥିବା ସହିତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନକର ଉପରେ ହେଇଥିବା ପୋଲିସ ଚଢ଼ାଉରେ ଏଏସଆଇ ଏନ ଓ ଠାକୁର , ହାବିଲଦାର ଜିତେନ ଦାସ , ନରେଶ ବାରିକ , ଦିଲୀପ ବିଶି , ଯୁଗଳ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।।
Sign in
Sign in
Recover your password.
A password will be e-mailed to you.
Next Post