୬୭ତମ ଜିଲ୍ଲାସ୍ତରୀୟ ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଉଦଯାପିିତ

0

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ଅନୁକୂଲ୍ୟରେ ବାରିପଦା ଷ୍ଟାଡ଼ିୟମ ପରିସରରେ ଆଜି ୬୭ତମ ଜିଲ୍ଲାସ୍ତରୀୟ ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା -୨୦୧୯ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରିଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ,  ଶିକ୍ଷା ଅନୁଷ୍ଠାନ ଆଦିରୁ ୧୪, ୧୬, ୧୮ ଓ ୨୦ ବର୍ଷ ବୟସରୟୁ କମ୍ ୪୨୫ ଜଣ  ବାଳକ-ବାଳିକା ଓ ଯୁବକ-ଯୁବତୀମାନେ ମୋଟ ୧୪୮ ଗୋଟି ଇଭେଣ୍ଟରେ  ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଆଥେଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏସନେ ସଭାପତି ତଥା ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳ ପ୍ରତିଯୋଗିମାନଙ୍କୁ ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପୁରସ୍କୃତ କରାଇଥିବା ସମୟରେ ଉପସଭାପତି ଗିରିଶ ଚନ୍ଦ୍ର ଦାସ ମଞ୍ଚାସୀନ ଥିଲେ । କ୍ରୀଡ଼ା ପଥିଯୋଗିତାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଭୋଜରାଜ ମହାପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଭାଗିରଥୀ ମଲ୍ଲିକ, ଆଥେଲେଟିକ କୋଚ ରୂପନୀତା ପଣ୍ଡା, ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ, ବାରିପଦା ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତାପସ କୁମାର ସାମଲ, ଉଦଳା ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଯୁଗେଶ କୁମାର ମହାକୁଡ଼ ପ୍ରମୁଖଙ୍କ ସହ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟଗୁଡ଼ିକରୁ ୫୧ ଜଣ ପିଇଟି ଆଦି ପରିଚାଳନା କରିଥିଲେ । ଏଥି ସହିତ ଆସୋସିଏସନର ସମସ୍ତ କାଉନସିଲ ସଦସ୍ୟ, ବରିଷ୍ଟ କ୍ରୀଡ଼ାବିତମାନେ ଯୋଗ ଦେଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରାଇଥିଲେ । 

 

Leave A Reply

Your email address will not be published.