ମାଁ ପନ୍ଥେଇଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

0 1

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ  କୁଶବଣିଆ ମାଁପନ୍ଥେଇଙ୍କ ପୀଠରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁଥିବା ଅଷ୍ଟପ୍ରହରୀ ନାମ ଯଜ୍ଞର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ନିଷ୍ପତି ଅନୁସାରେ ଚଳିତ ବର୍ଷ ଅନୁଷ୍ଠିତ ନାମଯଜ୍ଞରେ ମାର୍ଗ ଦର୍ଶକ ଭାବରେ ଶ୍ରୀଯୁକ୍ତ ଋଷଭ ପାଣ୍ଡେଙ୍କୁ ଦାୟିତ୍ୱ ଭାର ଦିଆଯାଇଥିବା ବେଳେ, ମନ୍ଦିର ପରିଚାଳନା କମିଟିର ସଭାପତି ଦୁଃଖୀଶ୍ୟାମ ରାଉଳ,କୋଷାଧ୍ୟକ୍ଷ ଶରତ କୁମାର ସାହୁ, ନୂତନ ଭାବରେ ମନ୍ଦିରର ରୋଷେୟା ପୂଜାରୀ ଜୟଶଙ୍କର ହୋତା ଓ ଦ୍ୱିତୀୟ ପୂଜାରୀ ବାମନ ଦେହୁରୀଙ୍କୁ ଦାୟିତ୍ୱ ଦିଆଗଲା I ଏହି ଅଷ୍ଟପ୍ରହର ନାମ ଯଜ୍ଞର କାର୍ଯ୍ୟସୂଚୀ ଆସନ୍ତା ତା. ୦୩.୦୨.୨୦୨୦ ରିଖ କଳସ ଯାତ୍ରା ଓ ଶ୍ରୀରାମଚରିତ ମାନସ ପରାୟଣ, ତା.୦୪.୦୨.୨୦୨୦ରିଖ ରେ ଅଷ୍ଟ ପ୍ରହର ନାମଯଜ୍ଞ ଏବଂ ତା. ୦୫.୦୨.୨୦୨୦ରିଖରେ ପୂର୍ଣ୍ଣାହୁତୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି I

 

Leave A Reply

Your email address will not be published.