ବିଜୁଳି ବିଲ : ୨୫ ହଜାର ଟଙ୍କାରୁ ଉର୍ଧ୍ଵ  ବାକିଆ ପଡିଥିବା ଉପଭୋକ୍ତାମାନଙ୍କୁ ନୋଟିସ ଦିଆଯାଉ-କ୍ୟାପଟେନ ମିଶ୍ର  

0 1

ଶକ୍ତି ବିଭାଗର ୫”ଟି’ ସଂପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର, (ଶାସକ ପ୍ରଶାସକ):  ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା  ୫”ଟି’ ଯୋଜନା ସଂପର୍କିତ ସମୀକ୍ଷା ବୈଠକ କରିଛନ୍ତି |  ଶକ୍ତି ବିଭାଗରେ ୫ “ଟି’ କିଭଳି କାର୍ଯ୍ୟକରୁଛି ତାହା ପରଖିବା  ଅବସରରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଜଣାଇଥିଲେ  ଯେ ରାଜ୍ୟବାସୀ ଯେପରି ବିଦ୍ୟୁତ ସେବା ପାଇବାରେ ବଂଚିତ  ହେବେ ନାହିଁ ସେହି ଦିଗରେ ବିଦ୍ୟୁତ ବିଭାଗ ସଦାସର୍ବଦା ଯତ୍ନବାନ  ହେବା ଆବଶ୍ୟକ |  ଉପଭୋକ୍ତାଗଣ କିଭଳି ଅତି ସହଜରେ, ସ୍ୱଳ୍ପ ସମୟରେ ନିଜ ଗୃହକୁ ବିଦ୍ୟୁତ ସଂଯୋଗ ପାଇବେ, ତା’ର ସରଳ ପ୍ରକ୍ରିୟାକରଣ ଏବଂ ବିଦ୍ୟୁତ ଦେୟ ସଂଗ୍ରହ ଦିଗରେ ମଧ୍ୟ ପ୍ରଦାନ କରାଯାଉଥିବା  ସେବା ସଂପର୍କିତ ତଥ୍ୟଗୁଡ଼ିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା |  “ଓଡ଼ିଶା ବିଜୁ ସଂଯୋଗ’ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ କରି ଉପଭୋକ୍ତାମାନେ ୪୮ ଘଣ୍ଟାରେ ନୂତନ ବିଦ୍ୟୁତ  ସଂଯୋଗ ପାଇପାରିବେ ଏବଂ ସେଗୁଡ଼ିକର ତଥ୍ୟ ୱେବ ଜରିଆରେ  ଓ ନିଜର ଅତ୍ୟାଧୁନିକ ମୋବାଇଲରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବା ରାଜ୍ୟର ସବୁ ଅଞ୍ଚଳର ଉପଭୋକ୍ତାଗଣ ଅନ୍ଲାଇନ୍ ଦ୍ୱାରା ନିଜର ମାସିକ ବିଦ୍ୟୁତ ଦେୟ ପ୍ରଦାନ କରିପାରିବୋ ସଂପ୍ରତି ପ୍ରି ପେଡ୍ ଓ୍ୱାଲେଟ୍ ପ୍ରକ୍ରିୟାକରଣ କାର୍ଯ୍ୟ ଚାଲିଛିା

ଏହା ଦ୍ୱାରା ଉପଭୋକ୍ତାମାନଙ୍କ ଗୃହକୁ ଯାଇ ବିଦ୍ୟୁତ ଦେୟ ସଂଗ୍ରହ ହେବା ଉକ୍ତ ସମୟରେ ଅନ୍ଲାଇନ୍ ଅର୍ଥ ପଇଠ କଲେ ଅତିରିକ୍ତ ୨ ପ୍ରତିଶତ ଉପଭୋକ୍ତାଗଣ ପାଇପାରିବେ |  ଉପଭୋକ୍ତାଗଣ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ଅର୍ଥ ପଇଠ କରିପାରିବେ ଏବଂ ନିଜର କାର୍ଡ ଜରିଆରେ ମଧ୍ୟ ବିଦ୍ୟୁତ ଦେୟ ପଇଠ କରିପାରିବୋମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଗୋଟିଏ ପ୍ରକାର ପାରିଶ୍ରମିକ ପ୍ରଦାନ କରାଯାଇ ବିଦ୍ୟୁତ ଦେୟ ସଂଗ୍ରହ କରାଯିବାର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା | ଫୋନ୍ ଦ୍ୱାରା ୨୪ ଘଣ୍ଟିଆ ଗ୍ରାହକମାନଙ୍କ ଅଭିଯୋଗ ଗ୍ରହଣ କରିବା ଏବଂ ସେଗୁଡ଼ିକର ସମାଧାନ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ସେ ସଂପର୍କିତ ତଥ୍ୟ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଜାଣିବାକୁ ପାଇଥିଲେ  ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିଦ୍ୟୁତ ସେବା ଯୋଗାଇଦେବା ନିମିତ୍ତ ଅତ୍ୟଧିକ  ଅର୍ଦ୍ଧକୁଶଳୀ ବିଦ୍ୟୁତ  କାର୍ଯ୍ୟଦଳ ଆବଶ୍ୟକ ରହୁଛିା ଏହାକୁ ଦୃଷ୍ଟିରେ ରଖି  ବିଦ୍ୟୁତ  କାର୍ଯ୍ୟଦଳଙ୍କୁ ପ୍ରଶିକ୍ଷଣ ସକାଶେ କରାଯାଉଥିବା  ବିଧିବଦ୍ଧ ବ୍ୟବସ୍ଥା ସଂପର୍କରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପଚାରି ବୁଝିଥିଲେ | ୨୫ ହଜାର ଟଙ୍କାରୁ ଉର୍ଧ୍ଵ  ବାକିଆ ପଡିଥିବା  ଉପଭୋକ୍ତାମାନଙ୍କୁ ବକେୟା ଜମା କରିବା ନିମିତ୍ତ ପତ୍ର ଦିଆଯାଉ, ତା’ପରେ ମଧ୍ୟ ଯଦି ସେମାନେ ବକେୟା ପୈଠ କରନ୍ତି ନାହିଁ ତବେ ସେମାନଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରୁଣ ବୋଥ୍ରା ବିଦ୍ୟୁତ ବିଭାଗୀୟ ସମସ୍ତ ଉଚ୍ଚ ପଦାଧିକାରୀ  ପ୍ରମୁଖ ଉପସ୍ଥିତ ଥିଲେ |  

 

 

 

 

 

 

 

Leave A Reply

Your email address will not be published.