ଘେସଁର ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଶୀତକାଳୀନ ସାହିତ୍ୟ ଉତ୍ସବ ଓସ୍

0 2

ବରଗଡ଼/ଶାସକ ପ୍ରଶାସକ : ବରଗଡ ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ଓ ସାରସ୍ବତ ପୀଠ ଘେସଁର ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଶୀତକାଳୀନ ସାହିତ୍ୟ ଉତ୍ସବ ଓସ୍ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ କବି ଅଶୋକ କୁମାର ପୂଜାହାରୀଙ୍କର କବିତା ସଙ୍କଳନ ଉକିଆ ଆଡକେ ପାହାଟେ ଏବଂ ଡ. ସୁବାଷ ମେହେରଙ୍କ ର ପ୍ରବନ୍ଧ ସଙ୍କଳନ ଛନ୍ଦ ବନ୍ଧ ପ୍ରବନ୍ଧ ର ଉନ୍ମୋଚନ କରାଯାଇଥିଲା। ଅତିଥି ଓ ବକ୍ତା ଭାବେ ପଶୁ କବି ସୁଶୀଳ ମିଶ୍ର, ବଲାଙ୍ଗୀର ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ ଅଶୋକ ମହାପାତ୍ର, ଆୟକର ଅଧିକାରୀ ରାଧାକାନ୍ତ ସେଠ, ଶିବ ଶଙ୍କର ପ୍ରଧାନ,ଡ.ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଚିତ୍ତରଞ୍ଜନ ପଣ୍ଡା, ଶିବ ଶଙ୍କର ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ। କବିତା ସଂକଳନ ଉକିଆ ଆଡକେ ପାହାଟେ କୁ ଆଲୋଚନା କରିଥିଲେ। ବିଶିଷ୍ଟ ଗବେଷକ ଡ.ଗୌରୀଦାସ ପ୍ରଧାନ ଏବଂ ପ୍ରବନ୍ଧ ସଂକଳନ କୁ ଆଲୋଚନା କରିଥିଲେ ସନ୍ତୋଷ ସିଂ ଠାକୁର। ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କବିଙ୍କ କବିତା ଗୁଡ଼ିକ ସଂଯୋଜନା କରିଥିଲେ ସଙ୍ଗୀତା ପଣ୍ଡା ଷଡଙ୍ଗୀ, ଟଙ୍କଧର ସାବତ ଓ ସୁଶିଲ କୁମାର ବାରିକ। ସଭା ରେ ପୌରୋହିତ୍ୟ କରିଥିଲେ ସଂସଦର ସଭାପତି ସୁଶାନ୍ତ ମିଶ୍ର ଏବଂ ଧନ୍ଯବାଦ ଅର୍ପଣ କରିଥିଲେ ସଂପାଦକ ଶୋଭାଚନ୍ଦ୍ର ପ୍ରଧାନ। ଉତ୍ସବ ର ବିଭିନ୍ନ ଦାୟତ୍ବ  ନିର୍ବାହ କରିଥିଲେ ବିନୋଦ ମେହେର, ସ୍ବାଧୀନ ଭୋଇ, ଆନନ୍ଦ ମେହେର, ସୁଦାମ ବାରିକ ।

Leave A Reply

Your email address will not be published.