ଟ୍ରାକ୍ଟର ଉପରୁ ତଳେ ପଡି ନାବାଳକ ମୃତ

0 2

ପଦ୍ମପୁର/ ଶାସକ ପ୍ରଶାସକ:- ପଦ୍ମପୁର ବ୍କକ  ଅନ୍ତର୍ଗତ ସର୍ଗବାହାଲ ପଞ୍ଚାୟତ ଅଧିନସ୍ଥ ପଞ୍ଚାୟତ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ହରିଜନ ପଡାର କିଶୋର କୁମ୍ଭାରଙ୍କ ପୁଅ ଆନନ୍ଦ କୁମ୍ଭାର(୧୨) ଟାକ୍ଟର ଉପରୁ ତଳେ ପଡି ମୃତ୍ୟୁ ଘଟିଛି। କିଶୋର କୁମ୍ଭାର ଜଣେ ଅତି ଗରିବ ଲୋକ ଅଟେ। ସେ  ସୋମବାର ସକାଳରୁ ଇଟା ଗଢ଼ିବାକୁ ଗାଁ ବାହାରକୁ ଯାଇଥିଲେ। ତାର ପୁଅ ଆନନ୍ଦ କୁମ୍ଭାର ଘରେ ଏକାକୀ ପାଠପଢ଼ା ନ ଯାଇ ଖେଳୁଥିଲେ। ତାକୁ ଲବଣୀ କାନ୍ତ ବିଭାର ଟ୍ରାକ୍ଟର ଡ୍ରାଇଭର ଡାକି ନେଇ ଟ୍ରାକ୍ଟର ଉପରେ ବସାଇ କୁଆଡେ ଯାଉଥିଲା। ଏହି ସମୟରେ ଟ୍ରାକ୍ଟର ଉପରେ ବସିଥିବା ଆନନ୍ଦ କୁମ୍ଭାର ତଳେ ପଡି ଚକ ତଳେ ପଡିଯାଇଥିଲା ଓ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଡ୍ରାଇଭର ତାକୁଆଣି କିଶୋର କୁମ୍ଭାରଙ୍କ ଘରେ ମୃତକ ପିଲାଟିକୁ ଛାଡି ଚାଲିଯାଇଥିଲ।। ଖବର ପାଇ ପିଲାର ବାପା ଆସି ମୃତ ପିଲାଟିକୁ ପଦ୍ମପୁର ଡାକ୍ତରଖାନା କୁ ଆଣିଥିଲା ପୋଲିସ ଆସି ଶବକୁ ଜବତ କରି ଶବ ବ୍ଯବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିବାର ସହ ପୋଲିସ ଏହି ଘଟଣା ଉପରେ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.