ରାୟଗଡ(ସରୋଜ ସାହୁ) : ଆଂଚଳିକ ପରିବେଶ ଓ ଖଣିଜ ସ୍ୱତନ୍ତ୍ରତା କାର୍ଯ୍ୟକ୍ରମ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫଲିମାଳୀ ଖଣି ଅଂଚଳରେ ବହୁତ ଉତ୍ସାହ ସହ ପାଳିତ ହୋଇଯାଇଛି । ଭୂବନେଶ୍ୱର ସ୍ଥିତ ସୋସାଇଟି ଅଫ ଜିଓ ସାଇନଟିଷ୍ଟ ଅଫ ଆଲାଏଡ ଟେକ୍ନୋଲୋଜିଷ୍ଟଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପରିବେଶ ଓ ଖଣିଜ ପଦାର୍ଥର ସୁରକ୍ଷା ଓ ଏହାର ଉପାଦେୟତା ଉପରେ ସଚେତନ କରିବାକୁ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ପିଲାମାନେ ପରିବେଶ ସମ୍ବନ୍ଧୀୟ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେ ସମ୍ବନ୍ଧରେ ସଚେତନ ହୋଇଥିଲେ । କାଶୀପୁର ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହ ବକ୍ସାଇଟ ଖଣି ବୁଲି ଦେଖିବାର ସୁଯୋଗ ପାଇଥିଲେ । ପିଲାମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା, ଖଣିଜ ପଦାର୍ଥ ଓ ଏହାର ଉତୋଳନର ଅର୍ଥନୈତିକ ପ୍ରଭାବ ବିଷୟରେ ରଚନା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା । ଉକôଳ ଆଲୁମିନା କମ୍ପାନୀର ମୂଖ୍ୟ ଓ ସଭାପତି ଶ୍ରୀ ଏନ. ନାଗେଶ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୋସାଇଟି ଅଫ ଜିଓସାଇନଟିଷ୍ଟ ଆଣ୍ଡ ଆଲାଏଡ ଟେକ୍ନୋଲୋଜିଷ୍ଟଙ୍କର ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛୋଟ ପିଲାଙ୍କ ମଧ୍ୟରେ ପରିବେଶ ଖଣିଜ ପଦାର୍ଥ ଉପଯୋଗିତା ସଚେତନତା ବୃଦ୍ଧି ପାଇବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସର ପୂର୍ବତନ ନିୟନ୍ତ୍ରକ ଏ. ବି. ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଏଥିରେ କମ୍ପାନୀର ଖଣିଜ ବିଭାଗର ମହାପ୍ରବନ୍ଧକ ମୁକେଶ ଝା ଓ ତାଙ୍କର ପୁରା ଟିମ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.