ଶ୍ରୀରଘୁନାଥ ଜିଉ ପୁଜକ ପରିଷଦର ନୂତନ କର୍ମକର୍ତା ମନୋନୀତ

0 1

ପ୍ରଫୁଲ୍ଲ ମହାପାତ୍ର ସଭାପତି, ଅଶୋକ ନନ୍ଦ ଉପସଭାପତି ଓ  ବିଜୟ ଦାଶ ସାଧାରଣ ସମ୍ପାଦକ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ) :  ଶ୍ରୀରଘୁନାଥ ଜିଉଙ୍କ ଝୁଲଣ ମଣ୍ଡପ ସନ୍ନିକଟ ପ୍ରସାଦ ସେବନ ମଣ୍ଡପରେ ରଘୁନାଥ ଜିଉ ପୁଜକ ପରିଷଦର ସାଧାରଣ ସଭା ଅମ୍ୱୁସ୍ଥିତ ହୋଇଥିଲା । ମନୋଜ କୁମାର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ସର୍ବସମ୍ମତି କ୍ରମେ ପୁଜକ ପରିଷଦର ନୂତନ ପରିଚାଳନା କମିଟି ଗଠନ ନିମିତ କର୍ମକର୍ତ୍ତା  ମନୋନୀତ  କରାଯାଇଥିଲା । ସର୍ବଶ୍ରୀ ପ୍ରଫୁଲ୍ଲ ମହାପାତ୍ର ସଭାପତି, ଅଶୋକ କୁମାର ନନ୍ଦ ଉପସଭାପତି, ବିଜୟ କୁମାର ଦାଶ ସାଧାରଣ ସମ୍ପାଦକ, ନାରାୟଣ ମହାପାତ୍ର ସହ ସମ୍ପାଦକ, ସୁକାନ୍ତ କୁମାର ମହାପାତ୍ର କୋଷାଧ୍ୟକ୍ଷ, ନଗେଶ ମହାପାତ୍ର, ଜିତେନ୍ଦ୍ର କୁମାର ମହାପାତ୍ର, ସଚିଦାନନ୍ଦ ବଡ଼ପଣ୍ଡା, ରଂଜିତ  ନନ୍ଦ, ଲକ୍ଷ୍ମୀଧର ଦାଶ, ଅଶ୍ୱିନୀ ଦାଶ, ପ୍ରଦୀପ ବାହିନୀପତି, କେଦାର ମହାପାତ୍ର ପ୍ରମୁଖ ସଭ୍ୟରୁପେ ମନୋନୀତ ହୋଇଥିବା ଜଣା ଯାଇଛି । ଏତଦ୍ ବ୍ୟତିତ ସୁରେଷ ଚନ୍ଦ୍ର ମହାପାତ୍ର, ପଣ୍ଡିତ ପ୍ରଭାତ କୁମାର ମହାପାତ୍ର, ଡା.ଶୁଭେନ୍ଦୁ ନନ୍ଦ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି । ଉକ୍ତ କମିଟି ଆଗାମୀ ୩ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ବୋଲି ସଭାପତିଙ୍କ ଠାରୁ ପ୍ରକାଶ । 

Leave A Reply

Your email address will not be published.