ଓଡଗାଁ ମହୋତ୍ସବ  ଓ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ତାରିଖ ଚୁଡାନ୍ତ 

0 2

ଜାନୁୟାରୀ ୨ ରୁ ୮ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ,  ୯ ରୁ ୧୨ ମହୋତ୍ସବ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):  ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ଓଡଗାଁ ମହୋସôବ ଓ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ନୟାଗଡ ବିଧାୟକ ତଥା ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ପ୍ରାଣୀ ଓ ମତ୍ସ୍ୟ  ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ପ୍ରସ୍ତୁତି ବୈଠକରେ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ତଥା ମହୋସôବ କମିଟିର ସମ୍ପାଦକ ଲୋକନାଥ ସାହୁ, ଜିଲ୍ଲାପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁର୍ଯ୍ୟ ନାରାୟଣ ଚୋଧୁରୀ, ବାର ଆସୋସିଏସନ ସଭାପତି ଇନ୍ଦୁଭୁଷଣ ମିଶ୍ର, ଆଇନଜୀବୀ  ଗୋବିନ୍ଦ ଚନ୍ଦ୍ର ସାହୁ, ପୂର୍ବତନ ସରପଂଚ ଦିବାକର ନାୟକ, ହସକ୍ଳବର ସଭାପତି ବସନ୍ତ କୁମାର ମିଶ୍ର ସହିତ ଟୁର୍ଣ୍ଣାମେଣ୍ଟ ଅନ୍ୟତମ ପ୍ରମୁଖ ପୃଷ୍ଟପୋଷକ ରବିନ୍ଦ୍ର ପୃଷ୍ଟି ଏବଂ ପୁରୁଷୋତମ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଜାନୁୟାରୀ ୨ ତାରିଖରୁ ୮  ତାରିଖ ପର୍ଯ୍ୟନ୍ତ ୩ ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏବଂ ୯ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୦ ଅନୁଷ୍ଠିତ  ହେବ ବୋଲି ନିଷ୍ପତ୍ତି  ନିଆଯାଇଥିଲା । ସ୍ଥାନୀୟ ଅଂଚଳର ଭେଟରାନ ଖେଳାଳି ମାନଙ୍କ ମଧ୍ୟରେ ଏକ ଫୁଟୁବଲ ଟୁର୍ଣ୍ଣାମେଂଟ କରିବା ପାଇଂ ଏବଂ ମହୋତ୍ସବରେ ଅଂଶଗ୍ରହଣ ପାଇଁ ସ୍ଥାନୀୟ କଳାକାର ମାନଙ୍କୁ ଗୁରୁତ୍ୱ ପ୍ରଦାନ ନିମନ୍ତେ ନିଷ୍ପତି ଗ୍ରହଣ କରାଗଲା । ବିଧାୟକ ଅରୁଣ କୁମାର ସାହୁ ଏବଂ ସାଂସଦ ପିନାକି ମିଶ୍ରଙ୍କ ପୂର୍ବପରି ବଳିଷ୍ଠ  ଅବଦାନ ରହିବ । ସହ ସମ୍ପାଦକ ପ୍ରଫୁଲ କୁମାର ଡାକୁଆ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।

Leave A Reply

Your email address will not be published.