ବୋଡାସମ୍ବର ଫଟୋଗ୍ରାଫର ଆସୋସିଏସନର ବାର୍ଷିକୋତ୍ସବ

0 2

ପଦ୍ମପୁର-ପଦ୍ମପୁର ପୁରୋହିତ କଲ୍ଯାଣମଣ୍ଡପ ଠାରେ ବୋଡାସମ୍ବର ଫଟୋଗ୍ରାଫର ଆସୋସିଏସନର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ସଂଯୋଜନା ଆୟୋଜିତ ସଭାରେ ଓଡିଶା ଫଟୋଗ୍ରାଫର ଏସୋସିଏସନ ସଂପାଦକ ଶିଶିର କୁମାର ନାୟକ ସଭାପତି,ପଦ୍ମପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ ସାହୁ, ବରିଷ୍ଠ ଫଟୋଗ୍ରାଫର  ଯଶୋବନ୍ତ ନାରାୟଣ ସିଂ ସମ୍ମାନିତ ଅତିଥି ତଥା ପ୍ରଫେସର କେଶ ରଞ୍ଜନ ପ୍ରଧାନ ମୁଖ୍ଯବକ୍ତା ଭାବେ ଯୋଗ ଦାନ କରି ସମଲେଇଙ୍କ ଠାରେ ଦୀପ ପ୍ରଜ୍ବଳନ କରିଥିଲେ । ଆସୋସିଏସନ ସଭାପତି ସୁବାଷ ରୋପ୍ ଦାର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ତ୍ରିବିକ୍ରମ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଜଗତୀ କରଣ ଯୁବାରେ ଫଟୋଗ୍ରାଫି ଏକ ଜନପ୍ରିୟ କଳାରେ ପରିଣତ ହେବା ସହିତ ରୋଜଗାର ର ବାଟ ଦେଖାଇଛି ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ ମତ ପ୍ରଦାନ କରିଥିଲେ । ଏଇ ଅବସରରେ କୋଷାଧ୍ୟକ୍ଷ ରାଜେଶ ସାହୁଙ୍କ ପରିଚାଳନା ରେ ଚିତ୍ରକର ତଥା ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର,  ନାଟ୍ୟକାର ଅଶୋକ କୁମାର ବହିଦାର,ନୃତ୍ୟଗୁରୁ ରମେଶ ଗୁର୍ଲା,କଣ୍ଠଶିଳ୍ପୀ କିଶୋର କୁମ୍ଭାର, ଫଟୋଗ୍ରାଫର ଅଭିୟ ସିଂ, ସଂଜୟ ଗଡତିଆ,ଗଜରାଜ ମେହେରଙ୍କୁ ଆସୋସିଏସନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥି ସହିତ ପୂଜାପୁର ବି ବହିଦାରଙ୍କ ନିର୍ଦ୍ଦେଶନାରେ ଚନ୍ଦ୍ରବତୀ ୟୁଜିଏମଇ ସ୍କୁଲର  ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ଯ ପରିବେଷଣ କରିଥିଲେ। ସୁଧାଂଶୁ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.