କି କାଢ଼ ବାଲିଗୁଡା ପୋଲିସର, ଧିକ ପାରିବାରପଣିଆ  !!!

0 2

ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଅପରାଧୀ ଫୁଟାଇଲେ ଗୁଳି 

ଘୁ.ଉଦୟଗିରି/ ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଳିକାଣ୍ଡ I ତାହା ପୁଣି ଥାନା ଠାରୁ ମାତ୍ରକ କେଇ ମିଟର I ଯାହା କି ଅଞ୍ଚଳବାସିଙ୍କୁ ଭୟଭୀତ କରିବା ସହ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଗୁଳିକାଣ୍ଡ ପରେ ପୁଲିସ ନିଜର ବାହାଦୁରି ଦେଖାଇବା ପାଇଁ ସ୍ଥାନେ ସ୍ଥାନେ  ଯାଞ୍ଚ କରୁଥିବାର ଦେଖା ଦେଇଛି I ଅପରାଧୀ ମାନେ ହତ୍ୟାକାଣ୍ଡ ଘଟାଇ ଫେରାର ହେବା ପରେ ପୁଲିସର ତତ୍ପରତା ଦେଖା ଦେଇଛି I 

କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡ଼ିଭିଜନରେ ମଙ୍ଗଳବାର ଏକ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅଧିକାରୀ କର୍ମୀ ତଥା ସମାଜ ସେବି ଅଭିମନ୍ୟୁ ପଣ୍ଡାଙ୍କୁ କିଛି ଦୁର୍ବୃତ୍ତ ଅତି ନିକଟରୁ ଗୁଳିକରିଛନ୍ତି । ତାଙ୍କୁ ତୁରନ୍ତ ବାଲିଗୁଡା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଶ୍ଚର୍ୟ୍ଯର କଥା ଘଟଣାଟି ଥାନା ଠାରୁ ମାତ୍ର କୁଡିଏ ମିଟର ଦୂରତା ମଧ୍ୟରେ ଘଟିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଶାନ୍ତିର ଜିଲ୍ଲା କୁହାଯାଉଥିବା କନ୍ଧମାଳରେ ଏଭଳି ଘଟଣା ପ୍ରଥମ ବୋଲି ଆଲୋଚନା ହେଉଥିବା ବେଳେ ଆଇନ ଶୃଙ୍ଖଳା ସମ୍ପୂର୍ଣ ଭୁଶୁଡି ପଡିଥିବା ଜନ ସାଧାରଣ ଦାବି କରିଛନ୍ତି । ପୋଲିସ ନାମକୁ ମାତ୍ର ହେଲମେଟ ଚେକିଂରେ ବ୍ୟସ୍ତ ରହୁଥିବା ବେଳେ ଅପରାଧୀ ମାନେ ଦିବାଲୋକରେ କିଭଳି ବନ୍ଧୁକ ଧରି ଥାନା ଥରୁ ମାତ୍ର ୨0 ମିଟର ଦୂରରେ ଗୁଳି କରି ଚମ୍ପଟ ମାରିଲେ ଅପରାଧୀ ଆର ଟେର କିଂବା ଖବର ପୋଲିସ ପାଖରେ ନିଛକ ଉଦାହରଣ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି କନ୍ଧମାଳ ଜିଲ୍ଲା ବାଲିଗୁଡା ପାତ୍ରସାହିର ସୂଚନା ଅଧିକାର କର୍ମୀ ତଥା ପୂର୍ବତନ ବାଟାଗୁଡା ସରପଞ୍ଚ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଫଳରେ ବାଲିଗୁଡା ଜନ ସାଧାରଣ ଓ କଂଗ୍ରେସ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି। ଦୋଷୀଙ୍କୁ ଗିରଫ ଦାବିକରି ସ୍ଥାନୀୟ କଂଗ୍ରେସ କର୍ମୀ ଜାତୀୟ ରାଜପଥ 59 କୁ ଅବରୋଧ କରିଥିବା ଜଣାପଡିଛି । ଅଭିମନ୍ୟୁ ପଣ୍ଡାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିବା ସହ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି, କାରଣ ଘଟଣା ସକାଳ ସାତଟା ସମୟରେ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେଇଥିବାରୁ ବିଭିନ୍ନ ରାହନୀତିକ ଦଳ, ସମାଜସେବୀଙ୍କ ପକ୍ଷରୁ ମଧ୍ୟ୍ୟ ଦାବି ହୋଇଛି ।

ଶେଷ ଖବର ହସ୍ତଗତ ହେଲାବେଳକୁ ବାଲିଗୁଡା ଥାନା ଅଧିକାରୀ କିଛି ଲୋକଙ୍କୁ  ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.