ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

0 2

ପଦ୍ମପୁର(ଶାସକ ପ୍ରଶାସକ)- ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଇଓ ଶ୍ରୀଯୁକ୍ତ ତ୍ରିବିକ୍ରମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ୧୭୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ବରିଷ୍ଠ ବର୍ଗରେ ତିଳକ ଅଗ୍ରଵାଲ ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲି ଶୁଭଶ୍ରୀ ପାତ୍ର ବରିକେଲ ହାଇସ୍କୁଲ ଅର୍ପିତା ପାଣିଗ୍ରାହୀ ଦେଓଳୀ ହାଇସ୍କୁଲ ସତୀଭଟା ଏବଂ କନିଷ୍ଠ ବର୍ଗରେ ସନତ କୁମାର ମିଶ୍ର ପଞ୍ଚାୟତ ହାଇସ୍କୁଲ ଜମଲା ପ୍ରତ୍ୟୁଷ ଭୋଇ ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲି ଓ ସୁବ୍ରତ ବରିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦର୍ବେକେଲାର ଛାତ୍ରଛାତ୍ରୀ ମାନେ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ।ଉଦଯାପନୀ ସଭାରେ ବରିଷ୍ଠ ଡାକ୍ତର ଶ୍ରୀଯୁକ୍ତ ରଜତ କୁମାର ସାହୁ ମୁଖ୍ୟ ଅତିଥି  ଶ୍ରୀମତୀ ତାପିନୀ ପଣ୍ଡା  ମୁଖ୍ୟ ବକ୍ତା ଓ ଏବିଇଓ ଶ୍ରୀଯୁକ୍ତ ଜୟକୁମାର ସାହୁ  ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ ସ୍ଵାଗତ ଭାଷଣ ଦେଇଥିବା ବେଳେ  ସଂଯୋଜନା କରିଥିଲେ ଶ୍ରୀଯୁକ୍ତ ରାଜେଶ ଖମାରି ଓ ଧନ୍ୟବାଦ ଦେଇଥିଲେ ବିଆରସିସି ଶ୍ରୀଯୁକ୍ତ ଧବଳେଶ୍ଵର ବରିହା  । ଶେଷରେ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ଵାରା ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ରଚିତ ଓ ନିର୍ଦେଶିତ ସମ୍ବଲପୁରୀ ବିଜ୍ଞାନ ନାଟକ ଜଟିଆ ବାବା ପାର କରେଗା ମଞ୍ଚସ୍ଥ ହୋଇଥିଲା ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀଙ୍କ ସମେତ ବ୍ଲକ ର ସମସ୍ତ ସିଆରସିସି ସହଯୋଗ କରିଥିଲେ ।

Leave A Reply

Your email address will not be published.