ପଦ୍ମପୁର(ଶାସକପ୍ରଶାସକ)- ପାଇକମାଳ ବ୍କକ ପଲସଦା ଗ୍ରାମ ପଞ୍ଚାୟତ ନିକଟସ୍ଥ ଡୁଙ୍ଗୁରିପାଲି ଗ୍ରାମରେ ଲକ୍ଷ୍ମୀପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳିତ ହେଉଛି । ଏହି ଉପଲକ୍ଷେ ମଙ୍ଗଳବାର ଶତାଧିକ ମହିଳା ଶୋଭାଯାତ୍ରାରେ ଗାଁ ପୋଖରୀରୁ ଜଳପୂର୍ଣ୍ଣ କଳସ ଅ।ଣି ମଣ୍ଡପରେ ସ୍ଥାପନ ପରେ ପୂଜାରମ୍ଭ ହୋଇଥିଲା । ମାଁ ମାଉଳୀ ଯୁବକ ସଂଘ ତତ୍ତ୍ବାବଧାନରେ ଚାଲିଥିବା ଏହି ଲକ୍ଷ୍ମୀପୂଜାରେ ପଙ୍କଜ ସାହୁ ଓ ଧର୍ମ ପତ୍ନୀ ସୁଶ୍ରୀତା ସାହୁ ପୂଜା କର୍ତ୍ତା ଦାୟିତ୍ବ ତୁଲାଉ ଥିବା ବେଳେ ପଣ୍ଡିତ ନିତ୍ୟାନନ୍ଦ ପାଣିଗ୍ରାହୀ ପୂଜା କାର୍ଯ୍ୟ ସଂପାଦନା କରିଥିଲେ । ସନ୍ଧ୍ଯାରେ ରୌପ୍ଯ ଜୟନ୍ତୀ ସମାରୋହ ଉତ୍ସବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ପାଇକମାଳ ବ୍କକ ଅଧ୍ୟକ୍ଷ ଅଲତାପ ମହମ୍ମଦ, ପୂର୍ବତନ ସରପଞ୍ଚ ତଥା ସେବା ସମବାୟ ସମିତି ସଭାପତି ଯୁଗଳ କିଶୋର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ମହୋତ୍ସବରେ ନୃତ୍ୟ ଶିଳ୍ପୀ ଆଭାରାଣୀ ସାହୁ, କବି ଅଧିକାରୀ ସା, କବି ରାମ ପ୍ରସାଦ ବାଗଙ୍କ ସମେତ କଳାଜୀବୀ ଅନୁଷ୍ଠାନ ବରଗଡ କଳାକାର ମାନେ ନିଜର କଳା ପ୍ରଦର୍ଶନ କରିଥିଲେ। ୩ ଦିନ ଧରି ଅପେରା, ଦଣ୍ଡ ନୃତ୍ୟ ଓ ଅନ୍ୟାନ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ହେମନ୍ତ ସାହୁ, ଧର୍ମେନ୍ଦ୍ର ସାହୁ, ଶାନନ୍ତୁ ସାହୁ, ଶଶାଙ୍ଗ ସାହୁ, ରାଜୀନ ସାହୁ, ସୁରଜ କୁମାର ସାହୁ, ମୋହନ ସାହୁ, ରିତିଶ ସାହୁ, ସଂଜୀବ ସାହୁ, ଅନିଲ ସାହୁ, ସୁରେଶ ଲୁହାର, ପ୍ରଶାନ୍ତ ସାହୁ, ବିଜୁ ସାହୁ, ମାନସ ସାହୁ, ଯତୀନ ସାହୁ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.