ଉତ୍କଳ  ଦିବସ ଓ ଜିଲ୍ଲା  ଗଠନର ୨୫ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସ ସହ ପାଳନ କରାଯିବ: ଜିଲାପାଳ

0

15-03-18-jajpur.jpg - 131.37 kB

ଯାଜପୁର : ଉତ୍କଳ  ଦିବସ କେବଳ ଆମ ଓଡିଶାର ପ୍ରତିଷ୍ଠା  ଦିବସ ନୁହେଁ ଆମ ରାଜ୍ୟର ସ୍ୱାଭିମାନ, ବିରତ୍ୱ ଓ ଗୈାରବର ପ୍ରତୀକ ବୋଲି ଜିଲ୍ଲାପାଳ  ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି ।  ମଙ୍ଗଳବାର ଅପରାହ୍ନରେ ଜିଲ୍ଲା  ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଉତ୍କଳ \ ଦିବସ ଓ ଜିଲ୍ଲା  ପ୍ରତିଷ୍ଠା ର ୨୫ ବର୍ଷ ପୂର୍ତ୍ତି ଦିବସ ପାଳନ ଊପଲକ୍ଷେ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଊକôଳ ଦିବସ, ଜିଲ୍ଲା ଗଠନର ୨୫ ବର୍ଷ ଓ ଯାଜପୁର ପୈାର ପ୍ରଶାସନ ଗଠନର ୧୫୦ ବର୍ଷ ପୂର୍ତ୍ତି ଏକ ସହିତ ପାଳନ କରାଯିବାକୁ ସ୍ଥିର ହୋଇଚ୍ଥି ବୋଲି କହିଥିଲେ । ଏହାକୁ ଊଚ୍ଚ ମାନର ଓ ରାଜ୍ୟ ତଥା ଦେଶର ଖ୍ୟାତନାମା ବ୍ୟକ୍ତିଙ୍କ ଊପସ୍ଥିତିରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଚ୍ଥି ।  ଚଳିତ ମାସ ୨୪ ତାରିଖ ଠାରୁ  ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ପର୍ଯ୍ୟଟନ, ସାହିତ୍ୟ ଓ ବିକାଶ ସଂପର୍କରେ ବିଶିଷ୍ଟ ବକ୍ତା ମାନଙ୍କୁ ଆମନ୍ତ୍ରଣ କରାଯାଇ ଆଲୋଚନା ଚକ୍ର ଓ ପ୍ରତ୍ୟେକ ସଂଧ୍ୟାରେ ଦେଶ ଓ ରାଜ୍ୟର ପ୍ରତିଷ୍ଠିତ  କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ତ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ  ବ୍ରଜବନ୍ଧୁ ଭୋଳ  ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟ ପରିଚାଳନାରେ  ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଯାଜପୁର ଜିଲ୍ଲା ଏକ ଐତିହ୍ୟ ଓ ସଂସ୍କୃତି ସମ୍ପର୍ଣ୍ଣ ଜିଲ୍ଲାଭାବେ ପରିଚିତ, ତେଣୁ ଏହାର ଗରିମାକୁ ଅଧିକ ରୁଦ୍ଧିମନ୍ତ କରିବାକୁ ସେ ଅନୁରୋଧ କରିଥିଲେ । ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତି କ୍ରମେ ଅପ୍ରେଲ ଦିବସର ସଂଧ୍ୟା କାର୍ଯ୍ୟକ୍ରମ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ  ହେବ ବୋଲି ସ୍ଥିର ହେଲା । ପୂର୍ବରୁ ଅନୁଷ୍ଠିତ  ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଶ୍ରେଷ୍ଠ  କୃଷକ ଓ ଦିବ୍ୟାଙ୍ଗ କ୍ରୀଡାବିତ୍ ଦାନଗଦୀ ବ୍ଲକର  ଦେବାମୃତ ସାହୁଙ୍କୁ ଅପ୍ରେଲ ୧ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ  ବୈଠକରେ ପୁରସ୍କୃତ କରାଯିବ  । ଉକôଳ ଦିବସ ଦିନ ପ୍ରତୁ୍ୟଷ  ଘ. ୪.୩୦ ମିନିଟ୍ ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ବନେ୍ଦ ଉକôଳ ଜନନୀ ସଂଗୀତ ପରିବେଷଣ କରାଯିବ । ସକାଳ ଘ. ୬.୩୦ ମିନିଟ୍ରୁ ବିଭିନ୍ନ ଶିକ୍ଷାନୁଷ୍ଠନର ଚ୍ଥାତ୍ର ଚ୍ଥାତ୍ରୀ ଓ ଉତ୍କଳ  ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ପ୍ରଭାତପେଂରୀ, ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା  ବିଭିନ୍ନ  ବରପୁତ୍ର ମାନଙ୍କ ପଂଟୋ ଚିତ୍ରରେ ମାଲ୍ୟାର୍ପଣ, ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ୟରେ ରୋଗୀ ମାନଙ୍କୁ ପଂଳ ଓ ଜେଲ୍ର ଅନ୍ତେବାସୀ  ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ ।  ତା ୩୧ା୩ା୧୮ ପୂର୍ବାହ୍ନ ୯ ଘଟିକା  ସମୟରେ  ସଂସ୍କୃତି ଭବନ ଠାରେ ମୁକ୍ତ କୁଇଜ୍  ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ  ହେବ ।  ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ  ମାନଂକ ମଧ୍ୟରେ ଓଡିଆ ବକ୍ତୃତା, ଚିତ୍ରାଂକନ ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତା ଚଳିତମାସ ୨୨  ତାରିଖରେ ବୈଷ୍ଣବ ଦତ୍ତ ଊଚ୍ଚ ବିଦ୍ୟାଳୟ ଠାରେ ସକାଳ ୮ ଘଟିକାରେ ଅନୁଷ୍ଠିତ  ହେବ । ଓଡିଆ ପ୍ରବନ୍ଧର ବିଷୟବସ୍ତୁ ଜିଲ୍ଲା  ଗଠନର ୨୫ ବର୍ଷର ଊପଲବ୍ଧି ରଖାଯାଇଚ୍ଥି ।    ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କର୍ତୃପକ୍ଷ  ଓ ସାଧାରଣ ବ୍ୟକ୍ତି ବିଶେଷ ସେମାନଙ୍କ ଗୃହକୁ ଉକôଳ ଦିବସ ଦିନ ରାତ୍ରରେ ଆଲୋକ ସଜ୍ଜା ବ୍ୟବସ୍ଥା କରିବାକୁ ଅନୁରୋଧ କରାଗଲା ।  ବରପୁତ୍ର ମାନଂକ ପ୍ରତିମୂର୍ତ୍ତୀ  ଓ ପ୍ରତିମୂର୍ତ୍ତୀ ସ୍ଥଳକୁ  ପରିସ୍କାର ପରିଚ୍ଚ୍ଥନ୍ନ ପାଇଁ ବିଭାଗୀୟ କର୍ତୁପକ୍ଷଙ୍କୁ ଅନୁରୋଧ କରାଗଲା । ଅତିରିକ୍ତ ସରକାରୀ ଓକିଲ ପ୍ରଫୁଲ କୁମାର ସାମଲ ଯାଜପୁରର ସ୍ୱାଧୀନତା ସଂଗ୍ରାମୀ ତଥା ଯାଜପୁର ବାର ଆସୋସିଏସନର ପ୍ରଥମ ଆଇନଜିବୀ ସାଧୁ ଚରଣ ଦାସଙ୍କୁ ଓ ଯାଜପୁର କୋର୍ଟର ତକ୍ରାଳିନ ମୁନସିଫ୍ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଉପଯୁକ୍ତ ସମ୍ମାନ ଦେବାପାଇଁ ପ୍ରସ୍ତାବ ଦେଇଥିଲେ । ଏ ସମ୍ପର୍କରେ ଆଲୋଚନା ହୋଇ ଯଦି ଏ ଦୁଇ ବ୍ୟକ୍ତିଙ୍କର ଫଟୋ ଚିତ୍ର ମିଳେ ତେବେ ତାହାକୁ ସଂସ୍କୃତି ଭବନରେ ସ୍ଥାନୀତ କରିବାକୁ ବୈଠକରେ ସ୍ଥିର କରାଗଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ତହସିଲଦାର  ଲକ୍ଷ୍ମୀକାନ୍ତ ମିଶ୍ର, ଡେପୁଟି କଲେକ୍ଟର କାଜଲ ପ୍ରଧାନ, ବରିଷ୍ଠ  ନାଗରୀକ ପ୍ରଫୁଲ ସାମଲ, ଦିଗମ୍ବର କର, ଗୋବିନ୍ଦ ସ୍ୱାଇଁ,   ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ  ନାଗରିକ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନ  କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅପର୍ଣ କରିଥିଲେ । 

 

 

 

 

Leave A Reply

Your email address will not be published.