ଧନ୍ୟ ଆମ ଉତ୍ତରଦାୟିତ୍ୱ !!!!!

0

14-03-18-SAHEED-NKU-SANMAN-Bhubaneswar-Airport-thare-Saheed-Manoranjan-Lenka-nku-Sanmana-Pradarsana-saha--Guard-of-Honour-Pradan00-6.jpg - 805.98 kB

ବିମାନ ବନ୍ଦରରେ କ୍ରନ୍ଦନ ରୋଳ, ରହିଛି  ସହିଦଙ୍କ କଫିନ. ଆତ୍ମୀୟଙ୍କ ବୁକୁଫଟା ଚିତ୍କାରରେ ବିଦାରି ହୋଇ ଯାଉଛି ସମସ୍ତଙ୍କ ହୃଦୟ | ଆଉ ସେପଟେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନେଉଛନ୍ତି, ଶୁଭେଚ୍ଛା, ଖୁସିର ମାହୋଲ, ସ୍ମାର୍ଟ ସିଟିର ମେୟର ମନ୍ତ୍ରୀ ଆଉ ବିଧାୟକ ମସଗୁଲ ହସ ଆଉ ଉଲ୍ଲାସରେ | ଆଉ ସେପରି ବିରୋଧୀ ଦଳନେତାଙ୍କ ବାସ ଭବନରେ ଚାଲିଥିଲା ରାଜନୀତି ମନ୍ତ୍ରଣା | କେମିତି ବିଧାନସଭାରେ ମତିଗତି ରହିବ ଆଉ ତାହା ଥିଲା ମତଲବ | ଆଉ ବିଜେପି ନେତା ମାନେ ବି କେଉଁଠି କଣ କରିଥିବେ |

ହେଲେ କିଏ ଜଣେ ଡ୍ରାଇଭର ଚାଲିଗଲେ ମୁଖ୍ୟମନ୍ତ୍ରୀ ଯାଉଛନ୍ତି ଶେଷ ସମ୍ମାନ ଜଣାଇବା ପାଇଁ, କେଉଁଠି ଚାଷୀ ଟିଏ ମଲେ କଂଗ୍ରେସ ବିଜେପି ଧାଇଁ ଯାଉଛନ୍ତି | ସବା ରଖି ରାସ୍ତା ରୋକ କରୁଛନ୍ତି ! ହେଲେ ଜଣେ ଯବାନଙ୍କ ଶବ ବିମାନ ବନ୍ଦରରେ ଆସି ପହଂଚିଛି, ଆମର ଜଣେ ଓଡ଼ିଆ ଭାଇ  ରାଜ୍ୟ ପାଇଁ ବା ଦେଶ ପାଇଁ ପ୍ରାଣ ହରାଇଲା, ତାର ଶବ ପାଖକୁ କାଇଁ ତିନି ଦଳର ନେତା ତା ଗଲେନି ! ମୁଖ୍ୟମନ୍ତ୍ରୀ ଗଲେଣି, ଶୁଭେଚ୍ଛା ନେବା ୧୫ ମିନଟ ଗଡିଯାଇ ଥାନ୍ତା !  ବିରୋଧୀଦଳ ନେତା ଗଲେନି, ବୈଠକ ଅଧଘଣ୍ଟେ ଡେରି ହୋଇଯାଇଥାନ୍ତା  !! ବିଜେପି ସଭାପତି ଅବା ବିଧାୟକଦଳୀ ନେତା ତା ଗଲେନି, ଜରୁରୀ କାମ ଟିକେ ଅଟକି ଯାଇଥାନ୍ତା  !!! କେବଳ ତୋପ ସଲାମୀ ଦେଇ, ପତାକା ଟିଏ ପକାଇ ଦେଇ, ପରିବାରକୁ କିଛି ଅନୁକମ୍ପା ରାଶି ଧରେଇ ଦେଲେ ଦାଇତ୍ୱ ସରିଗଲା !  ସହିଦ ବୋଲି କହି ଶୋକ ବାର୍ତା ଟିଏ ଜାରି କରିଦେଲେ ସରିଲା ! ଧନ୍ୟ ଆମ ଉତ୍ତରଦାୟିତ୍ୱ !!!!!

14-03-18-bmc-bbsr-1.JPG - 664.31 kB

14-03-18-agaku-bidhansabha-adhibesan-ahi-paripekhi-re-birodhi-dal-neta-narasingh-mishra-nkn-basabhawan-re-bidhayak-dal-baithak4.jpg - 584.35 kB

Leave A Reply

Your email address will not be published.