ପ୍ରଦେଶ କଂଗ୍ରେସ ଓବିସି ବିଭାଗର ସାଧାରଣ ସମ୍ପାଦକ ହେଲେ ଇଂ. ଦେବାନନ୍ଦ ବାରିକ

26


ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଇଂ. ଦେବାନନ୍ଦ ବାରିକଙ୍କୁ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବିଭାଗର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରେ ଝାରସୁଗୁଡ଼ା ଜିଲ୍ଲାର କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି।

ନୂତନ ଦାୟିତ୍ୱ ମାଧ୍ୟମରେ ଶ୍ରୀ ବାରିକ ରାଜ୍ୟର ଓବିସି ବର୍ଗର ବିଭିନ୍ନ ସମସ୍ୟା, ଅଧିକାର ଓ ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଦଳୀୟ ମଞ୍ଚରେ ଉପସ୍ଥାପନ କରିବା ସହ ସମାଜର ହିତ ପାଇଁ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରାଯାଇଛି। ଏଥିସହ ରାଜ୍ୟରେ କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ଓବିସି ବର୍ଗର ଲୋକଙ୍କୁ ଦଳ ସହ ଯୋଡ଼ିବା ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଦଳୀୟ ମହଲରେ ଆଶା ରହିଛି।

ଝାରସୁଗୁଡ଼ା ଜିଲ୍ଲାରୁ ରାଜ୍ୟସ୍ତରୀୟ ସାଂଗଠନିକ ଦାୟିତ୍ୱ ପାଇଥିବାରୁ ଇଂ. ଦେବାନନ୍ଦ ବାରିକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ତାଙ୍କର ଏହି ନିଯୁକ୍ତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ନୂତନ ଉତ୍ସାହ ଓ ଶକ୍ତି ଯୋଗାଇବା ସହ ଆଗାମୀ ଦିନରେ ଦଳର ସାଂଗଠନିକ କାର୍ଯ୍ୟକଳାପକୁ ଅଧିକ ଗତିଶୀଳ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.