ହାତୀ ଭାଙ୍ଗି ଦେଲା ଘର , ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ ।

2

ବୀରମହାରାଜପୁର ରୁ ବିନୋଦ ପାଣ୍ଡେ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପଞମହଲା ପଞ୍ଚାୟତର ବଡ଼ମାଳ ଗ୍ରାମର କୁସଲେ ରାଜହଂସଙ୍କ  ପରିବାର ଲୋକେ ରାତିରେ ଶୋଇଥିବା ସମୟରେ ଅଚାନକ ହାତି ପୋଲ ଆସି ଭାଙ୍ଗି ଦେଲେ ।ତେବେ ପରିବାର ଲୋକେ ଘର ଭଙ୍ଗା ଶଦ୍ଦ ଶୁଣି ବାହାରକୁ ପଲାଇ ଯାଇଥିଲେ । ହାତୀ ଟି ୫ ବସ୍ତା ଧାନ ଖାଇଥିବା ବେଲେ ବିଭିନ୍ନ ଆବଶ୍ୟକ ଜିନିଷ ପତ୍ର ଭାଙ୍ଗି ଥିଲା । ଏହା ଜାଣି ଗ୍ରାମବାସୀ ଓ ବନବିଭାଗର ପ୍ରମୁଖ ହାତୀକୁ ଜଙ୍ଗଲ ଆଡକୁ ଘଉଡାଇ ଥିଲେ । ହାତୀ ପୋଲ ମାନେ ଗାଁର ୧୫ ଜଣ ଙ୍କ ଚାଷୀଙ୍କ ୧୬ ଏକର ଧାନ ଫସଲ ନଷ୍ଟ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.