ସୁବଳୟା ଧନୁଯାତ୍ରା ପାଇଁ ବରଣ ହେଲେ କଂସ

2

ବୀରମହାରାଜପୁର ରୁ ବିନୋଦ ପାଣ୍ଡେ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ପ୍ରଥମ କରି ଏକ ବିରାଟ ଧନୁଯାତ୍ରା ଆରମ୍ଭ ହେବ ଏଣୁ ଆଜି କଂସ ବରଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ଅବଧୂତ ସଂସ୍କୃତି ସଂଘ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ ରୁ  ୨୦ ତାରିଖ ପର୍ଯ୍ୟନ୍ତ ମୀନାବଜାର ସହ ବିରାଟ ଧନୁଯାତ୍ରା ଆରମ୍ଭ ହେବ ବୋଲି କମିଟି ପକ୍ଷରୁ ସୂଚନା ।ଆଜି କମିଟିର ସମସ୍ତ ସଦସ୍ଯ ମାନେ ବିନିକା  ର ଅନ୍ତଡା ଗ୍ରାମକୁ ଯାଇ କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଲ ଚନ୍ଦ୍ର ପଣ୍ଡାଙ୍କ ବାସ ଭବନରେ ସମ୍ପୂର୍ଣ୍ଣ ବିଧିବିଧାନ ରୀତିନୀତି ଅନୁସାରେ ମହାରାଜା କଂସ ଭୂମିକାରେ ଅଭିନୟ କରିବାପାଇଁ ବରଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ରାଜେଶ ସେଠୀ, ସମ୍ପାଦକ ସୁଦାମ ମେହର,କୋଷାଧ୍ୟକ୍ଷ ବିଶ୍ବଜିତ୍ ସେଠୀ ,କେଶବ ବେହେରା, ନିରଞ୍ଜନ ବେହେରା, ଗୋପବନ୍ଧୁ ବେହେରା, ଲଡୁଗୋପାଲ ଅଧିକାରୀ, ଦିପକ ସାହୁ, ଅବଧୂତ ଅଧିକାରୀ, ଜିତେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.