ହାତୀ ନାମରେ ବିଦ୍ୟୁତ କାଟ୍, ଜନଜୀବନ ଅସ୍ତବ୍ୟସ୍ତ

2

ବୀରମହାରାଜପୁରରୁ ବିନୋଦ ପାଣ୍ଡେ  : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁବଳୟା ସ୍ଥିତ ବିଦ୍ୟୁତ ଗ୍ରୀଡରେ ହାତୀ ପାଇଁ ପ୍ରତ୍ୟେକ ଦିନ ସଂଧ୍ୟା ରୁ ସକାଳ ପଯ୍ୟନ୍ତ ବିଦ୍ୟୁତ କାଟ କରାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଏଠାକୁ ହାତୀ ନଆସିଲେବି ଭୁଲ୍ ମେସେଜ୍ ବନ ବିଭାଗ ର ସୁବଳୟା ଫରେଷ୍ଟର ପ୍ରସନ୍ନ ନାୟକ ବିଦ୍ୟୁତ ବିଭାଗକୁ ଦେଇଥାନ୍ତି । ଜଙ୍ଗଲରେ  ପେଟ୍ରୋଲିଂ କରୁନଥିବାରୁ ଏଭଳି ମେସେଜ୍ ଦେଇଥାନ୍ତି ବୋଲି ବିଦ୍ୟୁତ ବିଭାଗର ଏସ୍ ଡିଓ ସଞୀବ ରାଓ କହିଛନ୍ତି ।ବିଦ୍ୟୁତ କାଟ ଯୋଗୁଁ ଛାତ୍ରଛାତ୍ରୀ ଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହ ଜନସାଧାରଣ ଙ୍କ ଦୈନନ୍ଦିନ କାଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ଆଭିଯୋକ ହୁଏ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.