“ସୁରଭି-୨୦୧୯’ରେ ପତାଣ୍ଡ ହାଇସ୍କୁଲ ସମ୍ବର୍ଦ୍ଧିତ: ଅଭିନନ୍ଦନ ଜଣାଇଲେ ବାଚସ୍ପତି ଡ. ପାତ୍ର

0 2

ଭୁବନେଶ୍ୱର,(ଶାସକ ପ୍ରଶାସକ): ୟୁନିଟ୍-୯ ବାଳକ ଉଚ୍ଚବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁମହୋତ୍ସବ “ସୁରଭି୨୦୧୯’ ଅବସରରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିସ୍ଥିତ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ, ପତାଣ୍ଡ ଏକ ମାତ୍ର ହାଇସ୍କୁଲ ଭାବେ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ଗତକାଲି ପୁରସ୍କୃତ ହୋଇଥିବାରୁ ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତିା ପତାଣ୍ଡ ଉଚ୍ଚ ବିଦ୍ୟାଳୟ ରାଜ୍ୟସ୍ତରୀୟ “ଓଡ଼ିଶା ସ୍ୱଚ୍ଛ ବିଦ୍ୟାଳୟ-୨୦୧୯’ ପୁରସ୍କାର ଲାଭ କରିଥିବାରୁ ବାଚସ୍ପତି ଡ. ପାତ୍ର ଏହି ଧାରା ବଜାୟ ରଖୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ଜାଗରୂକତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତିା

ଗତକାଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍,ୟୁନିସେଫ୍ ମୁଖ୍ୟ ଶ୍ରୀମତୀ ମେନିକା ନିଲ୍ସନ୍, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିଭୂପ୍ରଦାନ ଷଡଙ୍ଗୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରଂଚି ନାରାୟଣ ମହାନ୍ତି, ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆଙ୍କ ଗହଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଶ୍ରୀ ବେହେରା, ବରିଷ୍ଠ ଶିକ୍ଷକ ଶ୍ରୀ ସନାତନ ପଟ୍ଟନାୟକ, ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ସାବନା ଦାସ ପୁରସ୍କାର ଗ୍ରହଣ କରିଥିଲୋ ବିଦ୍ୟାଳୟକୁ ମାନପତ୍ର ସହ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲାା 

 

Leave A Reply

Your email address will not be published.