କାୟସ୍ତ କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା

3

ଧର୍ମଗଡ଼ ରୁ ସୁଶାନ୍ତ ରାଉତ-କୋକସରା ବ୍ଳକ୍ ଝରିଆଗୁଡା ଗ୍ରାମ ଠାରେ କାୟସ୍ତ କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ପୂଜାରେ ଆଜି ସାମୁହିକ ପ୍ରସାଦ ସେବନ ଓ ସମାପନ ହୋଇଯାଇଛି।ଏହି ପୂଜା କାର୍ଯ୍ୟରେ କର୍ତ୍ତା ରୂପେ ଲୋକନାଥ ପଟ୍ଟନାୟକ ଓ ତାଙ୍କ ଧର୍ମ ପତ୍ନୀ କୁମୁଦିନୀ ପଟ୍ଟନାୟକ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ଯୋଗଦେଇ ଚିତ୍ରଗୁପ୍ତଙ୍କୁ ଆବାହନ ଓ ହୋମଯଜ୍ଞ କରିଥିଲେ। ଏହି ଅବସରରେ ଆଞ୍ଚଲିକ କରଣ ସମାଜ ମହାସଂଘ ସଭାପତି ସହଦେବ ପଟ୍ଟନାୟକ, ସଂପାଦକ ନାରାୟଣ ପଟ୍ଟନାୟକ, କୋଷାଧ୍ୟକ୍ଷ ପିତାମ୍ବର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ କୋକସରା, ରେଙ୍ଗାଲପାଲି, ଡାଲଗୁମା, ଆମଲିପଦର, ଦଣ୍ଡାମୁଣ୍ଡା ଓ ଧର୍ମଗଡ ଅଞ୍ଚଲରୁ ସମଜର ଶତାଧିକ ଲୋକ ଯୋଗଦେଇଥିଲେ। ଝରିଆଗୁଡା ଚିତ୍ରଗୁପ୍ତ ପୂଜା କମିଟିର ସଭାପତି ପଞ୍ଚୟ ପଟ୍ଟନାୟକ, ସଂପାଦକ ଲିଙ୍ଗରାଜ ପଟ୍ଟନାୟକ କିର୍ତ୍ତନ ପଟ୍ଟନାୟକ ପ୍ରମୁଖ ପୂଜାକାର୍ଯ୍ୟ ସଂପାଦନ କରିଥିଲେ।କମିଟି ସଦସ୍ୟ ଅନୁରାଗ ପଟ୍ଟନାୟକ, କେଶବଲାଲ ପଟ୍ଟନାୟକ, ମିଲୁ ପଟ୍ଟନାୟକ, ଅରବିନ୍ଦ ପଟ୍ଟନାୟକ, ଅର୍ଜୁନ ପଟ୍ଟନାୟକ, ବଲରାମ ପଟ୍ଟନାୟକ, ପ୍ରଭାକର ପଟ୍ଟନାୟକ, ସୁକୁନ ପଟ୍ଟନାୟକ  ଓ କିଶନ ପଟ୍ଟନାୟକ  ପ୍ରମୁଖ ସହଯୋଗ କରିଥିଲେ। ରାତିରେ ସାଂସୃତିକ କାର୍ଯ୍ୟକ୍ରମ ହୋଇଥିଲା ଆଜି ବୁଧବାର ବିସର୍ଜନ କରି ପୂଜା ସମାପନ ହୋଇଥିଲା।

Leave A Reply

Your email address will not be published.