ଆଗଲପୁର ( ସୁଶିଲ କୁମାର ବିଶ୍ବାଲ ):- ବର୍ଷା ଶୀତ କୁ ଖାତିର ନକରି କାଦୁଅ ରେ ବହୁତ କଠିନ ପରିଶ୍ରମ କରି କୃଷକ ତାର ବିଲବାଡିରେ ଧାନଚାଷ କରିଥାଏ । ତାର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଅନେକ କଷ୍ଟ ଅନୁଭବ କରୁଥାଏ । କିନ୍ତୁ ତାର ପରିଶ୍ରମ ର ଫଳ ସ୍ବରୂପ ତାର ବିଲବାଡିରେ ଯେତେବେଳେ ସୁନା ରୂପି ପାଚିଲା ଧାନ ଦେଖିଥାଏ ତାର ମନରେ ଆନନ୍ଦ ଉଲ୍ଲାସ ର ଲହରୀ ଖେଳିଯାଇଥାଏ । ହେଲେ ଏବେ ଧାନ ପାଚିବା ର ପୂର୍ବାବସ୍ଥା ରେ ଥିଲେ ମଧ୍ଯ, ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ କୁଟାସିଂହା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି, ସେମେଲମୁଣ୍ଡା, ତେନ୍ତୁଳିଗାଁ ଆଦି ଅଞ୍ଚଳର ଚାଷୀମାନଙ୍କ ଠାରେ ନିରାଶ ଭାବ ଦେଖାଦେଇଛି କାରଣ ଏହି ଅଞ୍ଚଳରେ ଦୀର୍ଘ ଆଠ, ଦଶ ଦିନ ଧରି ବରହା ଉପଦ୍ରବ ଦେଖାଦେଉଛି ।ପ୍ରାୟ ସବୁଦିନ ଅନ୍ଧାର ହେଲେ ନିକଟସ୍ଥ ଜଙ୍ଗଲରୁ ବରହା ପଳ, ଧାନ କିଆରି କୁ ମାଡିଆସୁଛନ୍ତି ।ଲୋକେ ଯାହା ଘଉଡାଇଲେ ମଧ୍ଯ ଯାଉ ନାହାନ୍ତି ଫଳରେ ସର୍ବସ କଲତା, ରଙ୍କମଣି କଣ୍ଟା, ଦ୍ବାନ ସାହୁ, ରହିତ ସୁନା, ଧୃବ ପଧାନ, ପ୍ରହଲ୍ଲାଦ ପଧାନ, ହଟୁଆ ସୁନା, କର୍ଣ୍ଣ ମେଲ୍ଲି, ଟଙ୍କ ଛନ୍ଦ, ବଶିଷ୍ଟ ଛନ୍ଦଙ୍କ ସମେତ ଆହୁରି ଅନେକ ଲୋକଙ୍କ ଧାନ କିଆରି ନଷ୍ଟ ହୋଇଗଲାଣି । ବର୍ତ୍ତମାନ ସୁଦ୍ଧା 40 ରୁ 50 ଏକର ଧାନ ଫସଲ ନଷ୍ଟ ହୋଇଥିବାର ଅଭିଯୋଗ ହେଉଛି ।ଲୋକ ମାନେ ଘଉଡାଇଲେ ମଧ୍ଯ ବରାହ ପଳ ଧାନ କିଆରି ଛାଡି ଯାଉନଥିବାରୁ ଜଙ୍ଗଲ ବିଭାଗ ପକ୍ଷରୁ ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ ନ କଲେ, ଏ ଅଞ୍ଚଳର ଚାଷୀମାନେ ସର୍ବ ହରା ହୋଇ ଯିବେ ବୋଲି ଅଭିଯୋଗ କରିଛନ୍ତି ।