ଝର କଳୀପୂଜା ଯୁଗାର ଯାତ୍ରା ସମ୍ପନ୍ନ :  ୩୫୦ ରୁ ଉର୍ଧ୍ଵ  ଜୁଗାର ସାମିଲ, ୨୧ ଖଣ୍ଡି ଖଇ ଓ ନଡିଆ ର ଜୁଗାର ମୁଖ୍ୟ ଆକର୍ଷଣ

3

ମେଲଛାମୁଣ୍ଡା(ମନୋଜ ଭୋଇ) ଯୁଗ ପରିବର୍ତନ ସହ ବଳି କୁସଂସ୍କାର ଠାରୁ ଦୁରେଇ ଯିବା ପାଇଁ ଲୋକେ ଅଂଟା ଭିଡିଲେଣି । ମାଁ କେବେ ଭକ୍ତ ଠାରୁ ରକ୍ତ ଚାହାନ୍ତି ନାହିଁ । ସେ ମଙ୍ଗଳମୟ ସଂସାରର ପାଳନକର୍ତା ,ବଳି କେବଳ ଭ୍ରମ ମାନସିକତା । ଏହି ବିଶ୍ୱାଶକୁ ଦୃଢ କରି ବରଗଡ ଜିଲା ଝର ଗ୍ରାମର କାଲୀପୁଜା ଅବସରରେ ବୁଧବାର ସଂଧ୍ୟାରେ  ମାନସିକ ଜୁଗାର ଯାତ୍ରା ଅନୁଷ୍ଠିତ  ହୋଇଯାଇଛି ।  ଚଳିତ ବର୍ଷ ଶ୍ୟାମାକାଳି ପୂଜା ୨୩ ବର୍ଷରେ ପଦାର୍ପଣ କରିଛି । ଏ ବର୍ଷ ୩୫୦ ରୁ ଉଦ୍ଧ୍ୱର୍ ଜୁଗାର ଶୋଭାଯାତ୍ରା ସାମିଲ ହୋଇଥିଲା । ସମ୍ବଲପୁର, ବୌଦ୍ଧ, ଛତିଶଗଡ, ଟିଟଲାଗଡ, ବରଗଡ, ବଏସନା, ପାଇକମାଲ, ଝରବନ୍ଧ, ବିଜେପୁର ,ଆଗଲପୁର, ଆଦି ସ୍ଥାନରୁ ଶ୍ରଦ୍ଧାଳୁ ଭକ୍ତଙ୍କ ମାନସିକ ଯୁଗାର ଶୋଭା ଯାତ୍ରାରେ ସାମିଲ ହୋଇଥିଲା । ସେହିଭଳି ଗ୍ରାମର ଯୁବ ଗୋଷ୍ଠୀଙ୍କ ଉଦ୍ୟମ କ୍ରମେ ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ ୨୧ ଖଣ୍ଡି ଖଇରେ ଏବଂ ୧୦୦୮ ନଡିଆରେ ତିଆରି ସୁଉଚ୍ଚ ଜୁଗାର ମାଁଙ୍କ ଠାରେ ଭୋଗ ଲାଗିବା ସହ ଶୋଭାଯାତ୍ରାରେ ମୁଖ୍ୟ ଆର୍କଷଣ ପାଲଟିଥିଲା । ଯୁଗାର ମହୋତ୍ସବରେ ଝରର ଆଦିବାସୀ ନୃତ୍ୟ, କଟକର ଡେନ୍ସ ପାର୍ଟି, ଝରର ଘୋଡା ନାଚ, ଘେଁସର ଘୁଡକା ନାଚ, ପାଟଣାଗଡର କଲଙ୍ଗି ନାଚ, କଳଙ୍ଗାଡେରାର ବାଜା ପାର୍ଟି, ଦୁଆନଡିହିର ଦଣ୍ଡା ନାଚ, ଉଦେପୁରର ଷ୍ଟେଚୁ, ପଡାର ବେଲୁନ ନାଚ, ବଲାଙ୍ଗିର ଦୁଲଦୁଲି, ଝରର ଡିଜେ ପ୍ରଭୃତି ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ପଣ୍ଡିତ ହିଂମାଶୁ ପଣ୍ଡା, ପଣ୍ଡିତ ସିଦେ୍ଧଶ୍ୱର ସାବତ, ଚଣ୍ଡିପାଠକ ରାକେଶ ଦେବତା, ଚଣ୍ଡିପାଠକ ବାସୁଦେବ ମହାପାତ୍ର, ଝାଙ୍କର ଗୋକୁଲ କର୍ରି, ଝାଙ୍କର ସଂଜୟ ଧରେଇ, ପାଚକ ବିନୋଦ ଷଢଙ୍ଗୀ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରୁଥିବା ବେଳେବିହାରିଲାଲ ସରାଫ ଏବଂ ତାଙ୍କ ପନ୍ତ୍ରୀ ତନୁଜା ସରାଫ କର୍ତା ଦାୟୀତ୍ୱ ତୁଲାଉଛନ୍ତି । ଜୁଗାର ଶୋଭାଯାତ୍ରାକୁ ପରିଚାଳନା କମିଟି ସଭାପତୀ କୈଳାସ ମେହେର, ସଂପାଦକ କମଲାକାନ୍ତ ଥପା ଓ କୋଷାଧ୍ୟକ୍ଷ ଶେଷମୋହନ ଦେବତା ସମେତ କମଲାକାନ୍ତ ଥପା, ଶେଷ ଦେବତା, ଲମ୍ବୋଦର ଥପା, ରାଧେଶ୍୍ୟାମ ମନ୍ଦିରା, ରାମ ସାହୁ, ମିଥୁନ ଥପା, କୈଲାସ ମେହେର, ସୈାରଭ ଥପା, ଲଳିତ ମେହେର,ବସନ୍ତ ରଣା, ଗୋବିନ୍ଦ ମେହେର, ଆନନ୍ଦ ମେହେର, ବୁଦ୍ଧଦେବ ପଟେଲ, ପବିତ୍ର ସାହୁ, ମିନି ପଧାନ, ରାମ ସାହୁ, ପୁଷ୍ପ ସା, ନିତ୍ୟା ଥପା ପ୍ରମୁଖ ସହଯୋଗ କରିଥିଲେ । 

 

Leave A Reply

Your email address will not be published.