ବରିଷ୍ଠ ଖେଳାଳି ମାନଙ୍କୁ ନେଇ ପ୍ରଦର୍ଶନୀ ଭେଟେରାନ ଫୁଟବଲ ପ୍ରତିଯୋଗିତା

0 2

ଜୁନାଗଡ/ ଶାସକ ପ୍ରଶାସକ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହାଦୂର ଷ୍ଟାଡିଅମ ଠାରେ ଆଜି ଜିଲ୍ଲାର ବରିଷ୍ଠ ଖେଳାଳି ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଭେଟେରାନ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ଭବାନୀପାଟଣା ସୁପର ଲିଗ  ଫାଇନାଲ ଖେଳର ଅବ୍ୟବହିତ ପୂର୍ବରୁ ଜିଲ୍ଲାର ଭେଟେରାନ ଫୁଲବଲ ଖେଳାଳିଙ୍କୁ ନେଇ ଆୟୋଜିତ ଏହି ନିଆରା ଖେଳକୁ ଦର୍ଶକ ବେଶ ଉପଭୋଗ କରିଥିଲେ ।

ସାମାଜିକ ସଚେତନତା ଓ ଶାରିରୀକ ସୁସ୍ଥତାର ବାର୍ତା ନେଇ ଆୟୋଜିତ ଏହି ପ୍ରଦର୍ଶନୀ ଖେଳରେ ଅତୀତରେ ଫୁଲବଲ ଖେଳରେ କଳାହାଣ୍ଡି ଜିଲ୍ଲା କୁ ଗୌରବାନିତ୍ୱ କରିଥିବାସର୍ବଶ୍ରୀ ଚନ୍ଦ୍ର ଶେଖର ପଣ୍ଡା, ଅର୍ଜୁନ ନାଏକ, ଲଡୁ ମିଶ୍ର,ଶାହା ନୱାଜ ମହମ୍ମଦ, ଲଷ୍ମୀ ବିଶି, ପାଣ୍ଡବ ପ୍ରଧାନ, ନାରାୟଣ ପଣ୍ଡା, ଶରତ ପଟ୍ଟନାୟକ,ରାଜୀବ ସାହୁ, ଶଶୀ ବାବୁ,ଲବଣୀ ଭୋଇ ପ୍ରମୁଖ ଭାଗ ନେଇଥିଲେ।

ଓଡିଶା ସରକାରଙ୍କ  ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ଅବସରରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.