ବିଜେପୁରରେ ପୁଣି ବିଜେଡି ଉଡାଇବ ବିଜୟ ବାନା :- ମନ୍ତ୍ରୀ ସୁଶାନ୍ତ ସିଂ

0 2

ବରଗଡ଼ :-ବିଜେପୁର ଉପନିର୍ବାଚନ ସରିଛି । ଗୋଟିଏ ଦିନ ପରେ ମତ ଗଣନା ହେବ । ନିର୍ବାଚନ ଜିତିବା ନେଇ ସମସ୍ତ ପ୍ରାର୍ଥୀ ଆଶ୍ୱସ୍ତ ଥିବା ସମସ୍ତେ ପ୍ରକାଶ କରିଛନ୍ତି ।  ବିଜେପୁର ଜିତିବା ନେଇ ପୁରାପୁରି ଆଶ୍ୱସ୍ତ ଶାସକ ଦଳ ଓ ଦଳର ନେତା ଓ ମନ୍ତ୍ରୀ । ସ୍ୱୟଂ ପ୍ରାର୍ଥୀନୀ ଶ୍ରୀମତୀ ରୀତା ସାହୁ ମଧ୍ୟ ଆଶ୍ୱସ୍ତ ଅଛନ୍ତି । ଆଜି  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ରୀତା ସାହୁ ଏଥର ବିଜେପୁର ରେ ଏକ ଲକ୍ଷ ପଚିଶ ହଜାର ରୁ ଏକ ଲକ୍ଷ ଚାଳିଶ ହଜାର ଭୋଟ ପାଇବେ ।ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପାଇଥିବା ଏକ ଲକ୍ଷ ଦଶ ହଜାର ଭୋଟ୍ ରୁ ଅଧିକା ପାଇବେ ରୀତା ସାହୁ । ନିର୍ବାଚନ ସମୟରେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପାଇଁ ଲୋକଙ୍କର କୋଣସି ପ୍ରକାର ଆଗ୍ରହ ଦେଖିବାକୁ ମିଳୁ ନଥିଲା ।ବିଜେଡି ଏହା ପୂର୍ବରୁ ବହୁ ଉପନିର୍ବାଚନ ଲଡିଛି କିନ୍ତୁ ବିଜେପୁର କଥା ଭିନ୍ନ ।   ଦଳ ଓ ସରକାର ଙ୍କର ଉପରେ ଲୋକଙ୍କର ଆସ୍ଥା ଓ ଭରସା ରହିଛି । ତେଣୁ ଲୋକେ ନିଶ୍ଚିତ ଭାବରେ ବିଜେଡି କୁ ପୁନର୍ବାର ଆଶୀର୍ବାଦ ପ୍ରଦାନ କରିବେ ।    

ଏଠାରେ ସୂଚନାଯୋଗ୍ୟ ଯେ ଗତ ଦେଢ଼ ବର୍ଷ ଭିତରେ ବିଜେପୁର ତିନିଗୋଟି ନିର୍ବାଚନ ଦେଖି ସରିଛି ତେଣୁ ବୁଦ୍ଧିଜୀବୀ ମହଲରେ ଖୁବ ଚର୍ଚ୍ଚା ଥିଲା ଯେ ଏଥର ଭୋଟ ହାର କମିବ କିନ୍ତୁ ଗତକାଲି ଏହାର ପ୍ରାୟ ଓଲଟା ହେଲା। ଟିକେ ବିଳମ୍ବ ରେ ହେଲେବି ଲୋକେ ଘରୁ ବାହାରିଲେ ଓ ବିପୁଳ ସଂଖ୍ୟା ରେ ମତଦାନ ବି କଲେ । ଏଥର ବିଜେପୁର କିଏ ଜିତିବ ତାହା ଆସନ୍ତା 24 ତାରିଖ ସ୍ପଷ୍ଟ ହେଇଯିବ ।

Leave A Reply

Your email address will not be published.