ଗୁଣିଗାରେଣି ଓ ଅନ୍ଧବିଶ୍ବାସ  ବିରୋଧ ରେ ସଚେତନତା କାର୍ଯ୍ୟକ୍ରମ

0 2

  ସିନାପାଲିରୁ ନିରାକାର ମେହେର -ଦିନ କୁ ଦିନ ଅନ୍ଧବିଶ୍ୱାସ ର ବଂଶବର୍ତ୍ତୀ ବିଭିନ୍ନ ଘଟଣା ଘଟି ଯାଉଥିବା ବେଳେ ଏ ଭଳି ଏକ ଅନ୍ଧ ବିସ୍ଵାଶ କୁ ରୋକିବା ପାଇଁ ଆଜି ନୂଆପଡା ଜିଲ୍ଲା ସିନାପାଲି ଯୁଗେନପଦର ଠାରେ ଅଖିଳ ଭାରତୀୟ ଗଣ୍ଡୱନା ଗଣ୍ଡ ମହାସଭା ଓ ସିନାପାଲି ପୁଲିସ ଅନୁକୂଲ୍ୟରେ ଗୁଣିଗାରେଡି ଓ ଅନ୍ଧବିଶ୍ବାସ  ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି !ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ସିନାପାଲି ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ସିନାପାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭ୍ରାମ୍ୟମାଣ  ଡ଼ା ଭୈରବ  ପାଣିଗ୍ରାହୀ, ନୂଆପଡା ଜିଲ୍ଲା ଗୋଷ୍ଟି ଗଣ୍ଡୱନା ଗଣ୍ଡ ସଭାପତି ପ୍ରସନ୍ନ  ମାଝୀ, ବ୍ଲକ ସଭାନେତ୍ରୀ ଉମାକାନ୍ତି ମାଝୀ, ଗଣ୍ଡସମାଜ ଜିଲ୍ଲା ଉପଦେଷ୍ଟା ଶଶୀଭୂଷଣ ମାଝୀ, ଦୁର୍ବଳ ମାଝୀ, ପ୍ରମୁଖ  ଉପସ୍ଥିତ ଥିଲେ ! ଏହି ସଚେତନାମୂଳକ କାର୍ଯ୍ୟକ୍ରମରେ ବକ୍ତା ମାନେ ବିଭିନ୍ନ ମତବ୍ୟକ୍ତ କରିଥିଲେ ! ବର୍ତ୍ତମାନ  ଯୁଗ ରେ ଅନ୍ଧବିସ୍ଵାଶ ଓ କୁସସ୍କାର ର ବଂଶବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଗୁଣିଗାରେଡି ସମେତ ଅନେକ ଅମାନୁଷିକ  କାର୍ଯ୍ୟ କରିଆସୁଛନ୍ତି !ବର୍ତମାନ ଯୁଗରେ ମଣିଷ ମହାକାଶରେ ଘର ନିର୍ମାଣ ତିଆରି କରିବାର ସ୍ବପ୍ନ ଦେଖୁଥିବା ବେଳେ ଅନ୍ଧବିଶ୍ବାସ  ଓ କୁସଂସ୍କାର  ଧୀରେ ଧୀରେ କାୟା ବିସ୍ଥାର କରୁଥିବାରୁ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା |

 

Leave A Reply

Your email address will not be published.