କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚେଲେଞ୍ଜ ଦେଲେ ବିଜୟ ରଞ୍ଜନ ସିଂ ବରିହା

0 2

” ପ୍ରମାଣ କରନ୍ତୁ ମୁଁ ରାଜନୀତି ଛାଡ଼ିଦେବି, ନହେଲେ ଆପଣ ରାଜନୀତି ଛାଡିବେ କି !!”

ବରଗଡ :- ଗତ ଏଗାର ତାରିଖଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟି ର ବିଜେପୁର ଉପନିର୍ବାଚନ ରେ ପ୍ରାର୍ଥୀ ହେଇଥିବା ସନତ ଗଡ଼ତିଆ ଙ୍କର ସପକ୍ଷରେ ପ୍ରଚାର କରିବା ପାଇଁ ଗାଇସିଲେଟ ଆସିଥିଲେ । ଉକ୍ତ ପ୍ରଚାର ସମୟରେ ସେ ମୁଖ୍ୟମନ୍ତ୍ରୀ , ବିଜୁ ଜନତା ଦଳ କୁ ଟାର୍ଗେଟ କରିବା ସହିତ ବ୍ୟକ୍ତିଗତ ଭାବରେ ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ ମାନ୍ୟବର ବିଧାୟକ ଏବଂ ତାଙ୍କର ସହଧାର୍ମିଣୀ କୁଆଡେ କାଳିଆ ଯୋଜନାରେ ଟଙ୍କା ପାଇଥିଲେ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଙ୍କର ଏହି ଉକ୍ତି କୁ କାଉଣ୍ଟର କରି ଆଜି ବିଧାୟକ ଶ୍ରୀ ବରିହା କହିଲେ ଯେ ବର୍ତମାନ ବିଜେପୁର ଉପନିର୍ବାଚନ ଚାଲିଛି । ବିଜେପି ଦଳ ଜାଣି ସାରିଲାଣି ଯେ ବିଜେପୁର ଉପନିର୍ବାଚନ ରେ ବିଜେପି ର ପରାଜୟ ସୁନିଶ୍ଚିତ । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଓ ଶସ୍ତା ଲୋକ ପ୍ରିୟତା ହାସଲ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଏହିଭଳି କପୋଲକଳ୍ପିତ ଆରୋପ ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଓ ଉନ୍ନୟନ ମୂଳକ କାର୍ଯ୍ୟ କୁ ସେ ବରଦାସ୍ତ କରି ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ , ବିଜୁ ଜନତା ଦଳ ଓ ତାଙ୍କ ନାଁରେ ଆରୋପ ଲଗାଇ କେନ୍ଦ୍ରମନ୍ତ୍ରୀ ଶସ୍ତା ରାଜନୀତି କରୁଛନ୍ତି  । ଯଦି ତାଙ୍କ କିମ୍ବା ତାଙ୍କ ପରିବାରର କେହିବି କାଳିଆ ଯୋଜନାରେ ଲାଭ ନେଇଥିବେ କେନ୍ଦ୍ରମନ୍ତ୍ରୀ ପ୍ରମାଣ କରନ୍ତୁ । ଯଦି କେନ୍ଦ୍ରମନ୍ତ୍ରୀ ପ୍ରମାଣ କରିଦେବେ ତେବେ ସେ ଚିରଦିନ ପାଇଁ ରାଜନୀତି ଛାଡି ଦେବେ ବୋଲି ବିଧାୟକ ଶ୍ରୀ ବରିହା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ରଙ୍କୁ ଚାଲେଞ୍ଜ ଦେବା ସହ  କେନ୍ଦ୍ରମନ୍ତ୍ରୀ ଯଦି ପ୍ରମାଣ ନକରି ପାରିବେ ତେବେ କଣ ସେ ରାଜନୀତିରୁ ସନ୍ୟାସ ନେବେ କି ବୋଲି ଶ୍ରୀ ବରିହା ପ୍ରଶ୍ନ କରିଛନ୍ତି ।

 

Leave A Reply

Your email address will not be published.