ଜଗତସିଂହପୁର:(ରମେଶ ମହାନ୍ତି):- ଜଗତସିଂହପୁର ଜିଲ୍ଲା ରାଜନିତିରେ ଛକାପଞ୍ଜା ଲାଗିରହିଥିବା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତିର୍ତୋଲରେ କିନ୍ତୁ ଗୋଟିଏ ମଂଚରେ ଏକା ସାଙ୍ଗରେ ମନ୍ତ୍ରୀ,ସାଂସଦ ଓ ବିଧାୟକ ଗୀତ ଗାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତିର୍ତୋଲ ବ୍ଳକ ସ୍ଥିତ କୁମାର ଉତ୍ସବ ସମିତି ଆନୁକୂଲ୍ୟରେ ୪୬ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତି ପାଳନ ସହିତ ଏକ ସାଧାରଣ ସଭା ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଳସମ୍ପଦ,ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ବକ୍ତା ଭାବେ ସାଂସଦ ଡା ରାଜଶ୍ରୀ ମଲିକ, ସମ୍ମାନିତ ଅତିଥି ଭାବେ ତିର୍ତୋଲ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ପାରାଦ୍ୱିପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇଥିଲେ। ଅତିଥିମାନେ ନିଜର ବକ୍ତବ୍ୟରେ ତିର୍ତୋଲର ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ।ଶେଷରେ ବିଜେଡିର ତିନି ନେତା, ମନ୍ତ୍ରୀ ରଘୁନନ୍ଦନ ଦାସ,ସାଂସଦ ରାଜଶ୍ରୀ ମଲିକ ଓ ପାରାଦ୍ୱିପ ବିଧାୟକ ସମ୍ବିତ ରାଉତରାୟ ଏହି ମଞ୍ଚରେ ଏକା ସାଙ୍ଗରେ ଏକ ସୁମଧୁର ଓଡିଆ ଗୀତ ଅକ୍ଷୟ ମହାନ୍ତିଙ୍କ ସେ ” ଯା ଯା ରେ ଭାସି ଭାସି ଯା ” ଗାଇଥିଲେ। ପରେ ଅତିଥି ମାନଙ୍କ ଉପସ୍ଥିତିରେ ପାରାଦ୍ୱିପ ବିଧାୟକ ମନ୍ଚରେ ଏକ ହିନ୍ଦି ଗୀତ ଗାଇଥିଲେ। ନେତା ମାନଙ୍କର ଏହି ସଙ୍ଗିତକୁୁ ଉପଭୋଗ କରିବା ପାଇଁ ସଭା ସ୍ଥଳରେ ଦର୍ଶକଙ୍କ ନହିଁ ନଥିବା ଭିଡ ହେବା ସହ କରତାଳିରେ ସଭାସ୍ଥଳ ଫାଟିପଡିଥିଲା। ଏଥି ସହିତ ବରିଷ୍ଠ ସାମ୍ବାଦିକ ବିଭୂତି ବିଶ୍ୱାଳ ସଭା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.