ରାଜବୋଡାସମ୍ବର ବ୍ଲକରେ ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଓ ପଦଯାତ୍ରା

0 2

ପଦ୍ମପୁର/ଶାସକପ୍ରଶାସକ-ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ନେତୃତ୍ୱରେ ଏକ ସଭ୍ୟ ସଂଗ୍ରହ ଅଭିଯାନ ତଥା ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବିରିପାଲି ଠାରୁ ଶୈବପୀଠ କଣ୍ଠେଶ୍ବର ପୁର ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏହି ପଦଯାତ୍ରାରେ ଅଞ୍ଚଳର ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।ପରେ କଣ୍ଠେଶ୍ବରପୁର ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସାଧାରଣ ସଭାରେ ମାନ୍ୟବରବିଧାୟକ ଶ୍ରୀ ବରିହା ରାଜ୍ୟ ସରକାର ଙ୍କର ବିଭିନ୍ନ ଉନ୍ନୟନ ମୂଳକ ଜନାହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ସାଧାରଣ ଜନତା ରାଜ୍ୟ ସରକାର ଙ୍କର ଯୋଜନା ଗୁଡିକରେ ନିଜକୁ ସମିଲକରି ରାଜ୍ୟର ବିକାଶ ରେ ସାମିଲ ହେବା ପାଇଁ ଉଦବୋଧନ ଦେଇଥିଲେ । ବିଜେଡି ନେତା ପ୍ରଶାନ୍ତ ମହାନ୍ତିଙ୍କ ପ୍ରତକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି ପଦଯାତ୍ରା ଓ ସଭାରେ ବରିଷ୍ଠ ନେତା ଗୋବିନ୍ଦ ପାଣିଗ୍ରାହୀ,ବିଜେଡି ବ୍ଲକ ସଭାପତି ପରମାନନ୍ଦ ସାହା,ଟାଉନ ବିଜେଡି ସଭାପତି ନବକିଶୋର ସାହୁ,ଚାଷୀ ନେତା ସୁରେଶ ଚାନ୍ଦ , ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ତଥା ଅନ୍ୟାନ୍ୟ ବିଜେଡି ନେତା ଯୋଗଦେଇଥିଲେ ।

Leave A Reply

Your email address will not be published.