ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ.

0 2

Junagarh/ Aditya Mohanty: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଭଇରିଗୁଡା ଗ୍ରାମ ରେ ଜୁନାଗଡ଼ ମଦ ଭାଟି ପଡl ର ଜଣେ  ବବିତା  ନାୟକ ନାମ୍ନୀ ଯୁବତୀ ନିଜ ସମ୍ପର୍କୀୟ ଭଉଣୀ ଘରେ  ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ଆତ୍ମହତ୍ୟା କରିଥିଲେ ! ଏହା କୁ ନେଇ ଜୁନାଗଡ଼ ଥାନା ରେ ଏକ ଅପମୃତୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ମୃତକ ଙ୍କ ପରିବାର ଲୋକେ ! ଏବଂ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରି   ଜୁନାଗଡ଼ ଥାନା ସାମାନା ରେ ଜାତୀୟ ରାଜପଥ ୨୬ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରି ରଖିଥିଲେ ଫଳରେ ଜୁନାଗଡ଼ ଭବାନୀପାଟଣା ଓ ଜୁନାଗଡ଼ ଜୟପୁର ରାସ୍ତା ସମ୍ ପୂର୍ଣ୍ଣ ବନ୍ଦ ରହିଥିଲା.ଯାତାୟତ ବନ୍ଦ ରହି ଥିବା ଫଳରେ ରାସ୍ତା ର ଉଭୟ ପାର୍ଶ୍ଵରେ ସହ ସହ ଯାନ ବାହାନ ଅଟକି ରହି ଥିଲା. ଯାତ୍ରୀ ମାନେ ବହୁ ଅ ସୁ ବିଧା ର ସମୂଖୀନ ହେଇ ଥିବା ଦେଖି ବାକୁ ମିଳି ଥିଲା. 

ଘଟଣା ସ୍ତଳ ରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋପି ନାଥ ମଣି ପାତ୍ର ଧର୍ମ ଗଡ଼ sdpo ଲକ୍ଷ୍ମୀନାରାୟଣ ପଣ୍ଡା ପହଂଚି ପରିବାର ବର୍ଗଙ୍କୁ ଦୋଷୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟି ଯାନ ବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା।

Leave A Reply

Your email address will not be published.