ଝାରପୋଖରିଆ ପୋଲିସକୁ ବଡ଼ ସଫଳତା

0 2

ସାରସକଣା– ଝାରପୋଖରିଆ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା।ଏକ ହତ୍ୟା ଘଟଣା ରପର୍ଦାଫାସ କରି ଦୁଇଜଣ ହତ୍ୟାକାରୀ କୁ ଗିରଫ କରିବାରେ ସକ୍ଷମ ହେଇଛି।   ସୂଚନା ଅନୁସାରେ  ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତାମଝିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତି ର ମୃତ ଦେହ  ଗତ ୯ତରିଖ  ଉଦ୍ଧାର  କରାଯାଇଥିଲା। ମୃତକ ଜଣଙ୍କ ହେଲେ  ଝାରପୋଖରିଆ ଥାନା ଜାଟିଆଷୋଳ ଗ୍ରାମର ସୁନାରାମ ମାର୍ଣ୍ଡି ।  ଘଟଣା ସ୍ଥଳରେ ଝାରପୋଖରିଆ ପୋଲିସ ପହଂଚି ସାଇଣ୍ଟିଫିକ ଟିମ ସାହାଯ୍ୟ ରେ ତଦନ୍ତ ଆରମ୍ଭ କରିଥିଲା।ତେବେ ଗତକାଲି ଗୁରବାର ପୋଲିସ  ଦୁଇ ହତ୍ୟାକାରୀ କୁ ଗିରଫ କରିବାରେ ସଫଳ ହେଇଛି।ସେମାନଙ୍କ ନିକଟରୁ ହତ୍ୟା ପାଇଁ ବ୍ୟବହୃତ ଆସ୍ତ୍ର ମଧ୍ୟ ଜବଦ କରିଛି ପୋଲିସ।ହତ୍ୟାକାରୀ ଦୁହିଁ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ଲାଲମୋହନ ଓ ବଘେଲା  ସୁନାରାମ କୁ ମଦ୍ୟପାନ କରେଇ ସେଦିନ ରାତିରେ ଏକ ଧାରୁଆ ଅସ୍ତ୍ର ରେ ଗଳା କୁ କାଟି ହତ୍ୟା କରିଥିବାର ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.