ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଇଡି ନିକଟରେ ଫେରାଦ  ଦେଲା ବିଜେପି

0

ଜବତ୍ କଳା ଟଙ୍କା କେଉଁଠୁ ଆସିଲା, କିଏ ଦେଇଥିଲା, କୁଆଡେ ଯାଉଥିଲା ?

ଏହାର ତଦନ୍ତ ନକରି ସଂପୃକ୍ତ ବ୍ୟକ୍ତିଙ୍କୁ ଆରଏସଏସ ଓ ଭିଏଚପି ସହ ଯୋଡି ବିଜେପିର ଅର୍ଥ ବୋଲି କହିବା ପୋଲିସର ପକ୍ଷପାତିତାକୁ ଦର୍ଶାଉଛି

19-2-18--bjp-CEO.jpg - 1.19 MB

ଭୁବନେଶ୍ୱର : ଉପନିର୍ବାଚନ ଅନୁଷ୍ଠିତ  ହେଉଥିବା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁରଠାରେ ଅବସ୍ଥାପିତ ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ରାଜ୍ୟର ଶାସକ ବିଜେଡି ଦଳ ପାଇଁ କାମ କରି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି ବୋଲି ଅଭିଯୋଗ କରି ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଇଡି ନିକଟରେ ଫେରାଦ ଦେଇଛନ୍ତି |

ଓଡି-୧୭-ଜି-୧୮୫୫ ଗାଡିରୁ ୪୦ ଲକ୍ଷ ଟଙ୍କା ଜବତ ହେବା ଓ ସମ୍ପୃକ୍ତ ଟଙ୍କାର ମାଲିକ ଆକାଶ ଅଗ୍ରୱାଲ୍ ବୋଲି ସମ୍ପୃକ୍ତ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରକାଶ କରିବା ସହ ଏହି ବିପୁଳ ପରିମାଣର ଅର୍ଥ ବିଜେପିର ନିର୍ବାଚନ ପ୍ରଚାରରେ ବ୍ୟୟ ହେବା ପାଇଁ ଆସିଥିବା ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ପୋଲିସ୍ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏସପି  ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ବିଜେପି ପାଣ୍ଠି ନେଇ ଯାଉଥିବା ତାଙ୍କ ରିପୋର୍ଟରେ ସି ଇ ଓ ଙ୍କୁ କହିଛନ୍ତି । ଏହି ଟଙ୍କା କେଉଁଠୁ ଆସିଲା, କିଏ ଦେଇଥିଲା ଓ କୁଆଡେ ଯାଉଥିଲା ଏହାର ତଦନ୍ତ ନକରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆର୍ଏସ୍ଏସ୍, ବିଶ୍ୱ ହିନ୍ଦୁ ପରିଷଦ ସହିତ ଯୋଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଅଭିଯୋଗ କରିଛି |

ଶାସକ ଦଳର ବିଜେପୁର ନିର୍ବାଚନ ପରିଚାଳନାର ମୁଖ୍ୟ କାର୍ପଟଦାର୍ ସାଜିଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଆର୍ଏସ୍ଏସ୍ ସଦସ୍ୟ ବୋଲି ସମ୍ପୃକ୍ତ ଏସଡିପିଓଙ୍କୁ ଭଲ ଭାବରେ ଜଣାଅଛି । ଆରଏସଏସ ଓ ଭିଏଚପି ସହ ଯୋଡି ବିଜେପିର ନିର୍ବାଚନ ପାଣ୍ଠିକୁ ନେଉଥିବା ରିପୋର୍ଟ ଦେବା ସଂପୂର୍ଣ୍ଣ ବେଆଇନ ଅଟେ ବୋଲି  ବିଜେପି ଅଭିଯୋଗ କରିଛି । 

ତୁରନ୍ତ ଏହି ମାମଲାକୁ ଇଡି ଓ ଆୟକର ବିଭାଗକୁ  ଅଧିକ ତଦନ୍ତ ପାଇଁ ପଠାଇ ପ୍ରକୃତ ଦୋଷୀକୁ ଚିହ୍ନଟ କରିବା ସହ ବେଆଇନ୍ କାର୍ଯ୍ୟର ଲିପ୍ତ ଥିବା ଏସ୍ଡିପିଓ  ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ସମୟରେ କାର୍ଯ୍ୟରୁ ତୁରନ୍ତ ବହିଷ୍କାର କରିବା ପାଇଁ ବିଜେପି ଦାବୀ କରିଛି । ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.