ହେ ଭଗବାନ : ଖେଳୁ ଖେଳୁ ଚାଲିଗଲା ପ୍ରାଣ 

0

ବାରିପଦା (ଦିଲ୍ଲୀପ ମହାନ୍ତି )-ପାଣିରେ ବୁଡି ଗୋଟିଏ ପରିବାରର ଦୁଇ ଶିଶୁ କନ୍ୟା ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ମୟୂରଭ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ। ମୃତ ଶିଶୁ ମାନେ ହେଉଛନ୍ତି  ଉକ୍ତ ଗ୍ରାମର ବିଶ୍ବନାଥ ବେଶ୍ରାଙ୍କର ୩ବର୍ଷର ଝିଅ ଶୁଭଶ୍ରୀ ବେଶ୍ରା ଓ ଚାରୁ ବେଶ୍ରାଙ୍କର ୨ବର୍ଷର କୁନି ଝିଅ ସୁକୁଲମଣି ବେଶ୍ରା। ଦୁଇ ଜଣ ଶିଶୁ ଗୋଟିଏ ପରିବାରର ସମ୍ପର୍କୀୟ ଦୁଇ ଭଉଣୀ ବୋଲି ବୋଲି ଜଣାପଡିଛି। ସେପ୍ଟେମ୍ବର ୩ ମଙ୍ଗଳବାର  ସକାଳେ ଦୁଇ ଭଉଣୀ ଖେଳୁ ଖେଳୁ ଘର ପାଖରେ ଥିବା ମୋରମ୍ ତଡ଼ା ହେଉଥିବା ଏକ ବଡ ପାଣି ଭର୍ତ୍ତି ଖାଳରେ ଖସି ପଡ଼ିଥିଲେ । ଗ୍ରାମବାସୀମାନେ ଦୁଇ ଭଉଣୀଙ୍କୁ ପାଣିରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ନେଇ ଆସିଥିଲେ ; ମାତ୍ର ଡାକ୍ତର “ରିସିଭଡ଼ ଡେଡ଼” ଘୋଷଣା କରିଥିଲେ । ଏହାକୁ ନେଇ ଚାନ୍ଦୁଆ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି । ତେବେ ରାଜସ୍ୱ ବିଭାଗର ଦାୟିତ୍ବହୀନ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ ମୋରାମ ମାଫିଆମାନେ ମୋରାମ ଉଠାଇ ଚୋରା ଚାଲାଣ କରିଆସୁଛନ୍ତି । ଫଳରେ ସୃଷ୍ଟି ହେଉଥିବା ଖାଳରେ ପଡି ପ୍ରତ୍ୟେକ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.