ବିଜେଡି ଅଭିଯୋଗ ସତ ହେଲା, ଧରାପଡିଥିବା ଟଙ୍କା ବିଜେପିର 

0

19-02-18-tanka.jpg - 379.17 kB

ଜବତ ଟଙ୍କା ଉପରେ ଏସପି ଦେଲେ ସିଇଓଙ୍କୁ ଉତ୍ତର 

 ବିଜେପି ପାଇଁ ଯାଉଥିଲା ଜବତ ୪୦ଲକ୍ଷ ଟଙ୍କା,ରାୟପୁରରୁ ଆଣିଥିଲେ ଆକାଶ 

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ଵୀକାର କରିଛନ୍ତି ଆକାଶ ଅଗ୍ରୱାଲ 

ଭୁବନେଶ୍ୱର : ପଦ୍ମପୁରରେ ପୁଲିସ ଜବତ କରିଥିବା ୪୦ ଲକ୍ଷ ୫୦ ହଜାର ଟଙ୍କାକୁ ନେଇ  ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଉଭୟ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି।  ହେଲେ ବିଜେଡି ଅଭିଯୋଗରେ ସତ୍ୟତା ରହିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବରଗଡ଼ ଏସପି ଦେଇଥିବା ରିପୋର୍ଟ ରୁ ପ୍ରମାଣିତ ହୋଇଯାଇଛି ! ଏହି ଟଙ୍କା ବିଜେପି ସପକ୍ଷରେ ପ୍ରଚାର ପାଇଁ ଯାଉଥିଲା। ଏହି ଘଟଣାରେ ଗିରଫ ଆକାଶ ଅଗ୍ରଓ୍ଵାଲ ପୁଲିସ ନିକଟରେ ଏହା ସ୍ୱୀକାର କରିଛି ।  ଟଙ୍କା ଜବତ ଘଟଣାର ସବିଶେଷ ବିବରଣୀ ଲେଖି ଏସ୍‌ପି ଜୟ ନାରାୟଣ ପଙ୍କଜ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି ଯେ ଏକ୍‌ଜ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଟଙ୍କା ଜବତ ହୋଇଛି। ଏହା ରାୟପୁରରୁ ବିଜେପୁର ଆସୁଥିବା ନିଜେ ଆକାଶ ପୁଲିସକୁ ସୂଚନା ଦେଇଛନ୍ତି। 

ହେଲେ ଦେଉଳ ଭିତରେ କିଏ ନା ମୁ କଦଳୀ ଖାଇନି ରୀତିରେ ବିଜେପି ଆଗୁଆ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ଦେଇଥିଲା ଯେ ଆକାଶ ଅଗ୍ରୱାଲ  ପଛରେ ଆଚି ବିଜେଡି ! ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦେଇଥିବା  ସ୍ମାରକପତ୍ର  ଫେରାଦ କରିଥିଲା ଯେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଶାସକ ବିଜେଡି ବ୍ୟାପକ ମାତ୍ରାରେ କଳାଟଙ୍କାର ବ୍ୟବହାର କରୁଛି। ଶାସକ ଦଳ ବିଜେଡିର ପ୍ରଚାର ପାଇଁ ବେଆଇନ ଭାବେ ଯାଉଥିବା ୪୦ ଲକ୍ଷ ଟଙ୍କା ଜବତ ସତ୍ତ୍ୱେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେବଳ ଆଖି ଦେଖାଣିଆ ଗିରଫ ନୁହେଁ ବରଂ ଏହି ଅର୍ଥର ସୂତ୍ର ବାହାର କରାଯାଇ ସମ୍ପୃକ୍ତ ଶାସକ ଦଳ ନେତାଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଥିଲା।

ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା,ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍‌ ଦାଶ, ରାଜ୍ୟ ସମ୍ପାଦକ ଶିଶିର ଗମାଙ୍ଗ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ | 

ସେପଟେ ବିଜେଡି ମଉକା ପାଇଛି ଯେତେବେଳେ ଛାଡିବାର ଚାନ୍ସ ନାହିଁ | ଦଳର ଉପ ସଭାପତି ସୂର୍ଯ୍ୟ ନାରାୟଣ ପତ୍ର,ଓ ଅନଙ୍ଗ ଉଦୟ ସିଂହଦେଓନ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟ ରାଜ୍ୟ ନିର୍ବାଚନଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ  ପଦ୍ମପୁରରେ ଜବତ ହୋଇଥିବା ଟଙ୍କା ବିଜେପିର ତ ଇଡି ଓ ଆୟକର ଅଧିକାରୀ ଏ ସଂପର୍କରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ | ସ୍ମାରକପତ୍ରରେ କୁହାଯାଇଥିଲା ଯେ  ଫେବ୍ରୁଆରି ୧୭ ତାରିଖ ସନ୍ଧ୍ୟାରେ ପଦ୍ମପୁରଠାରେ ଆକାଶ ଅଗ୍ରୱାଲା ନାମକ ବିଶ୍ୱହିନ୍ଦୁ ପରିଷଦର ଜଣେ ସକ୍ରିୟ କର୍ମୀଙ୍କ ଠାରୁ ୪୦ଲକ୍ଷ ୫୦ ହଜାର ଟଙ୍କା ପୁଲିସ ଜବତ କରିଛି। ବିଜେପୁର ଉପ-ନିର୍ବାଚନରେ ବିଜେପିକୁ ଭୋଟ ଦେବା ପାଇଁ ଭୋଟର୍‌ମାନଙ୍କୁ ପ୍ରଭାବିତ କରିବାକୁ ଉକ୍ତ ଟଙ୍କା ବଣ୍ଟା ଯାଇଥାନ୍ତା, ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଆକାଶ ଅଗ୍ରୱାଲାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦଳ ଦାବି କରଛି। ବିଜେଡି କହିଛି, ଉଭୟ ଆକାଶ ଅଗ୍ରୱାଲା ଏବଂ ତାଙ୍କ ପିତା ଓମ୍‌ ପ୍ରକାଶ ଅଗ୍ରୱାଲା ବିଶ୍ୱହିନ୍ଦୁ ପରିଷଦ ଓ ବିଜେପିର ସକ୍ରିୟ ସଦସ୍ୟ ଅଟନ୍ତି। ପୂର୍ବରୁ ଆକାଶଙ୍କ ପିତା ଓମ୍‌ ପ୍ରକାଶ ଅଗ୍ରୱାଲାଙ୍କ ବିରୋଧରେ ଏକ ଚର୍ଚ୍ଚ ପୋଡ଼ିବା ନେଇ ପଦ୍ମପୁର ଥାନାରେ ସାମ୍ପ୍ରଦାୟିକ ହିଂସାଜନିତ ମାମଲା ରୁଜୁ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଜବତ ହୋଇଥିବା ଟଙ୍କା ବିଜେପି ତରଫରୁ ବଣ୍ଟା ହେବାକୁ ଯାଉଥିଲା। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ହେଲେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗିରଫ ହୋଇଥିବା ଅଭିଯୁକ୍ତ ଆକାଶ ଅଗ୍ରୱାଲ ସ୍ଵୀକାର କରିଥିଲା ଯେ ସେ ଟଙ୍କା ସେ ରାୟପୁର ରୁ ଆଣିଛି ଓ ସେ ତାଙ୍କ ବିଜେପି ପାଇଁ ଖର୍ଚ ହେବାକୁ ଯାଉଥିଲା | ଆଉ ଏ ବିଷୟ ଏସପି ଶ୍ରୀ ପଙ୍କଜ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦେବା ପରେ ବିଜେଡିର ଅଭିଯୋଗ ସତ ହୋଇଥିବା ଜଣାପଡିଛି |

 

Leave A Reply

Your email address will not be published.