ଶୌଚ ହେବାକୁ ଯାଇ ଆଉ ଫେରିଲେନି , ପଛରୁ ହାତୀ କଲା ଆକ୍ରମଣ

0

 ଆଠମଲ୍ଲିକ ପ୍ରତିନିଧି ସନ୍ତୋଷ ମେହେରଙ୍କ ରିପୋର୍ଟ : ଆଠ ମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ  ନୂଆଗଡ ଗାଁରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର  ସାମ୍ନାକୁ ଆସିଛି । ମୃତ ମହିଳା ଜଣଙ୍କ ସୁବାସିନୀ ନାୟକ(୬୦) ବୋଲି ଜଣାପଡିଛି । ସୂଚନା ମୁତାବକ ସୁବାସିନୀ ଆଜି  ସକାଳୁ ଘରୁ ବାହାରି ଶୌଚ ହେବାକୁ ଯାଉଥିବା ସମୟରେ ହଠାତ ପଛ ଆଡୁ  ତାଙ୍କୁ ଏକ ହାତୀ ଆକ୍ରମଣରେ କରିଥିଲା । ଫଳରେ ସୁବାସିନୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବା ସହ ହାତୀ ଘଉଡାଇବା ଓ କ୍ଷତିପୂରଣ ଦାବିରେ ଲୋକେ ରାଜ ରାସ୍ତା ଅବରୋଧ କରିବାରେ ସୂଚନା ରହିଛି।

Leave A Reply

Your email address will not be published.