କି ଅମାନବୀୟ : ଗୁଣିଗାରେଡ଼ି ସନ୍ଦେହରେ ୨ ଜଣଙ୍କୁ ନିର୍ମମ ହତ୍ୟା 

0

ଯୋଡ଼ା (ଶାସକ ପ୍ରଶାସକ) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନୟାଗଡ଼ ନିକଟସ୍ଥ ନେଙ୍କଡ଼ାପାଲୀ ଗ୍ରାମରେ ଜୈନେକ ମହିଳା ସୁବାସ ମୁଣ୍ଡା ଓ ତାଙ୍କ ପୁତୁରା ଚେତନ ମୁଣ୍ଡାଙ୍କୁ ଗୁଣି ଗାରେଡି ସନ୍ଦେହରେ  ନୃଶଂସ ଭାବେ ସଂଘବଦ୍ଧ ହୋଇ ହତ୍ୟା କରାଯାଇଛି।   ସୂଚନା ଅନୁଯାୟୀ. ରାମ ମୁଣ୍ଡାଙ୍କ ଝିଅ କିଛିଦିନ ହେବ ଅସୁସ୍ଥ ରହୁଥିଲା। ନିକଟରେ ରହୁଥିବା ସୁବାସ ମୁଣ୍ଡା ଜଣେ ଡାହାଣୀ ଓ ସେ ଗୁଣି ଗାରେଡି କରିଥିବା ରାମ ସନ୍ଦେହ କରିଥିଲା। ଗତକାଲି କିଛି ଲୋକ ମିଶି ସୁବାସଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ତାଙ୍କ ପୁତୁରା ଚେତନକୁ ଠେଙ୍ଗାରେ ବାଡ଼େଇ ହତ୍ୟା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ରାମ ମୁଣ୍ଡାକୁ ଅଟକ ରଖି ତଦନ୍ତ ଚଳାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର୍ ଥିବା ପୋଲିସ ପକ୍ଷରୁ ସୂଚ଼ନା ମିଳିଛିା

Leave A Reply

Your email address will not be published.